ଓଡିଶା

odisha

ETV Bharat / international

ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଭାରତକୁ ପ୍ରଶଂସା କଲେ ଇମ୍ରାନ ଖାନ - ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଇମ୍ରାନ ଖାନଙ୍କ ପ୍ରଶଂସା

ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ସର୍ବଦା ଭାରତ ଉପରେ ଅଭିଯୋଗ ଲଦୁଥିବା ଇମ୍ରାନ ଖାନ ଏହାକୁ ସ୍ବାଗତ କରିବା ସହ ଭାରତକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର, ପ୍ରଶଂସା କଲେ ଇମ୍ରାନ ଖାନ
ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର, ପ୍ରଶଂସା କଲେ ଇମ୍ରାନ ଖାନ

By

Published : May 22, 2022, 12:16 PM IST

ଇସଲାମବାଦ: ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ଓ ଡିଜେଲରୁ ଏକ୍ସାଇଜ୍ ଡ୍ୟୁଟି କମିଛି । ପେଟ୍ରୋଲ ଉପରୁ ଲିଟର ପିଛା ୮ ଟଙ୍କା କମିଥିବା ବେଳେ, ଡିଜେଲ ଉପରୁ ୬ ଟଙ୍କା କମିଛି । ଆଜି(ରବିବାର) ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ, ସର୍ବଦା ଭାରତ ଉପରେ ଅଭିଯୋଗ ଲଦୁଥିବା ଇମ୍ରାନ ଖାନ, ଦର ହ୍ରାସ ପାଇବାକୁ ସ୍ବାଗତ କରିବା ସହ ଭାରତକୁ ପ୍ରଶଂସା କରିଛନ୍ତି ।

ଗତକାଲି କେନ୍ଦ୍ର ସରକାର ତେଲ ଦର ଉପରେ ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଋଷିଆ ଠାରୁ ଭାରତର ଶସ୍ତାରେ ତେଲ କିଣିବା ନିଷ୍ପତ୍ତିକୁ ଇମ୍ରାନ ସ୍ୱାଗତ କରିଛନ୍ତି । ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ଋଷର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ପ୍ରଶଂସା କରିଛନ୍ତି ।

ସେ ଏକ ଟ୍ବିଟ କରି କହିଛନ୍ତି ଯେ, ଭାରତ ସ୍କ୍ୱାର୍ଡ ଦେଶର ସଦସ୍ୟ ହୋଇବି ଆମେରିକାର ଚାପକୁ ଖାତିର ନ କରି ଭାରତୀୟଙ୍କୁ ମହଙ୍ଗାମାଡ଼ରୁ ମୁକ୍ତି ଦେବାକୁ ଋଷ ଠାରୁ ରିହାତି ମୂଲ୍ୟରେ ତେଲ କିଣିଲା । ଅବାଧ ବୈଦେଶିକ ନୀତି ବଳରେ ଆମ ସରକାର ମଧ୍ୟ ଏପରି କରିବାକୁ ଚାହୁଁଥିଲା ।"

ଏହା ମଧ୍ୟ ପଢନ୍ତୁ:ଲୋକଙ୍କୁ ଆଶ୍ୱସ୍ତି: ପେଟ୍ରୋଲ ଦର 9.50 ପଇସା, ଡିଜେଲ 7 ଟଙ୍କା କମିଲା, ଗ୍ୟାସରେ ମିଳିବ 200 ଟଙ୍କା ସବସିଡି

ଏହାକୁ ନେଇ ବର୍ତ୍ତମାନର ପାକିସ୍ତାନ ସରକାରକୁ ଟାର୍ଗେଟ୍ କରିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି ଯେ ବିଦେଶୀ ଶକ୍ତି ଚାପରେ ଜାଫର ଓ ସାଦିକ୍ ବଳପୂର୍ବକ ପାକିସ୍ତାନର ସରକାର ପରିବର୍ତ୍ତନ କଲେ।ସେ ପାକିସ୍ତାନ ମୁସଲିଗ ଲିଗ୍‌(N) ସରକାରଙ୍କୁ ମୁଣ୍ଡ ନଥିବା କୁକୁଡ଼ା ପରି ଦେଶର ଅର୍ଥନୀତି ଚଳାଉଛନ୍ତି ବୋଲି ଇମ୍ରାନ କହିଛନ୍ତି(headless chicken with the economy in a tailspin) ।

ABOUT THE AUTHOR

...view details