ଓଡିଶା

odisha

ETV Bharat / international

କୋରୋନା ପ୍ରକୋପରେ ଲୋପ ପାଇବ କି ପ୍ରସିଦ୍ଧ ମାଓରୀ ସ୍ବାଗତ ପରମ୍ପରା ? - ମାଓରୀ ସମ୍ପ୍ରଦାୟ ଉପରେ କୋରୋନା ପ୍ରଭାବ

ନ୍ୟୁଜିଲାଣ୍ଡରେ ଥିବା ‘ମାଓରୀ’ ସମ୍ପ୍ରଦାୟରେ ସ୍ବାଗତର ରହିଛି ନିଆରା ପରମ୍ପରା ‘ହୋଙ୍ଗୀ’ । ସେ ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଉ ନା କାହିଁକି, ନ୍ୟୁଜିଲାଣ୍ଡ ଆସିବା ମାତ୍ରେ ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ମାଓରୀ ସମ୍ପ୍ରଦାୟର ହୋଙ୍ଗୀ ସ୍ବାଗତ ପରମ୍ପରା ।

corona in new zealand, corona impact, corona effect on maori culture, corona impact on maori greeting rutual, ନ୍ୟୁଜିଲାଣ୍ଡରେ କୋରୋନା, କୋରୋନା ପ୍ରଭାବ, ମାଓରୀ ସମ୍ପ୍ରଦାୟ ଉପରେ କୋରୋନା ପ୍ରଭାବ, ଲୋପ ପାଇବ ମାଓରୀ ସ୍ବାଗତ ପରମ୍ପରା
କୋରୋନା ପ୍ରକୋପରେ ଲୋପ ପାଇବ କି ପ୍ରସିଦ୍ଧ ମାଓରୀ ସ୍ବାଗତ ପରମ୍ପରା ?

By

Published : May 12, 2020, 11:39 PM IST

ୱେଲିଂଟନ: ବିଭିନ୍ନ ରାଷ୍ଟ୍ରରେ ସ୍ବାଗତର ରହିଛି ଭିନ୍ନ ପରମ୍ପରା । ଭାରତ ପରି ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରେ ଅତିଥିଙ୍କୁ ଦେବତା ତୁଲ୍ୟ ମନେ କରାଯାଉଥିବା ଅତିଥିଙ୍କ ସୁବିଧା ଓ ଭବ୍ୟ ସ୍ବାଗତକୁ ପ୍ରାଧାନ୍ୟ ଦିଆଯାଇଥାଏ । ସମାନ ଭାବେ ନ୍ୟୁଜିଲାଣ୍ଡରେ ଥିବା ‘ମାଓରୀ’ ସମ୍ପ୍ରଦାୟରେ ସ୍ବାଗତର ରହିଛି ନିଆରା ପରମ୍ପରା ‘ହୋଙ୍ଗୀ’ । ସେ ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଉ ନା କାହିଁକି, ନ୍ୟୁଜିଲାଣ୍ଡ ଆସିବା ମାତ୍ରେ ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ମାଓରୀ ସମ୍ପ୍ରଦାୟର ହୋଙ୍ଗୀ ସ୍ବାଗତ ପରମ୍ପରା ।

ପୂର୍ବ ପଲିନେସିଆରୁ 1320ରୁ 1350 ଶତାବ୍ଦୀ ମଧ୍ୟରେ ନ୍ୟୁଜିଲାଣ୍ଡ ଆସି ବସତି ସ୍ଥାପନ କରିଥିବା ମାଓରୀ ସମ୍ପ୍ରଦାୟ ନିଜ ଭିନ୍ନ ପ୍ରଥା ପାଇଁ ବିଶ୍ବରେ ସୁପରିଚିତ । ଏହାର ଏକ ପ୍ରସିଦ୍ଧ ସ୍ବାଗତ ପରମ୍ପରା ହେଉଛି ‘ହୋଙ୍ଗୀ’ । ମାଓରୀମାନଙ୍କର ବିଶ୍ବାସ ରହିଛି କି ଅତିଥିମାନେ ସ୍ବର୍ଗର ଦେବତା ଓ ମାଓରୀମାନେ ହେଉଛି ପୃଥିବୀବାସୀ । ଅତିଥିମାନେ ଭଗବାନଙ୍କ ଦୂତ । ତେଣୁ ସେମାନଙ୍କୁ ସ୍ବାଗତ କରିବା ପାଇଁ ନିଃଶ୍ବାସ ଆଦାନ ପ୍ରଦାନ କରିବାକୁ ଯାଇ ନାକକୁ ନାକ ଛୁଆଇଁବାର ପ୍ରଥା ରହିଛି । ସେ ବ୍ରିଟିଶ ରାଜକୀୟ ପରିବାରର ପ୍ରିନ୍ସ ଚାର୍ଲ୍ସ, ପ୍ରିନ୍ସ ହ୍ୟାରୀ, ମେଘନା ମାର୍କେଲ ହୁଅନ୍ତୁ ବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ସମସ୍ତଙ୍କୁ ନ୍ୟୁଜିଲାଣ୍ଡର ଏହି ଅଦ୍ଭୁତ ପରମ୍ପରା ବଶୀଭୂତ କରିଥିଲା । ସେମାନଙ୍କୁ ମଧ୍ୟ ଏହି ପରମ୍ପରାରେ ସ୍ବାଗତ କରାଯାଇଥିଲା ।

ହେଲେ ଏହି ପରମ୍ପରା ଉପରେ ଘୋଟିଛି କୋରୋନା ବିପଦର ବାଦଲ । ଏହା ଦ୍ବାରା ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହାକୁ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉପପ୍ରଧାନମନ୍ତ୍ରୀ ୱିନଷ୍ଟୋନ ପିଟର୍ସ । ଯାହାକୁ ବିରୋଧ କରି ଏହି ପରମ୍ପରା ବଦଳରେ ‘ହ୍ୟାଣ୍ଡଶେକ୍‌’ ବା ହାତ ମିଳାଇବା ପରମ୍ପରାକୁ ବନ୍ଦ କରିବା ପାଇଁ ଦାବି ଉଠାଇଛନ୍ତି ମାଓରୀ ସମ୍ପ୍ରଦାୟ ଦଳ ମୁଖ୍ୟ ଡେବୀ ନାଗରେୱା । ତେବେ ଏସମସ୍ତ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି କି ଏହାର ନିଷ୍ପତ୍ତି ମାଓରୀ ସମ୍ପ୍ରଦାୟର ଲୋକଙ୍କ ଉପରେ ଛଡାଯାଉ ।

ଏହି ପ୍ରକ୍ରିୟା ଆଗାମୀ ଦିନ ପାଇଁ କେତେ ଫଳପ୍ରଦ ହେବ ତାହା ସମ୍ପ୍ରଦାୟର ଲୋକ୍ ବେଶୀ ଭଲ ବିଚାର କରିପାରିବେ । ଏଥିସହ ନ୍ୟୁଜିଲାଣ୍ଡରେ ସବୁଠାରୁ କଡା ଲକଡାଉନ ନିୟମ ପାଳନ ହେଉଥିବାରୁ ଏହାର କୋରୋନା ସହ ଅତି ଚମତ୍କାର ଢଙ୍ଗରେ ମୁକାବିଲା କରିଥିବା ସାରା ବିଶ୍ବ ଦେଖିଛି । ଏନେଇ ମେ 14ରୁ ନ୍ୟୁଜିଲାଣ୍ଡରେ ସମସ୍ତ କଟକଣା କୋହଳ ହେବା ନେଇ ପୂର୍ବରୁ ଜାକିଣ୍ଡା ଘୋଷଣା କରିସାରିଛନ୍ତି ।

@IANS

ABOUT THE AUTHOR

...view details