ବାଗଦାଦ: ବିଶ୍ବ ଏବେ କୋରୋନା ଭାଇରସ ଠାରୁ ବର୍ତ୍ତିବା ପାଇଁ ଯୁଦ୍ଧ ଜାରି ରଖିଛି । ଅନ୍ୟପଟେ ମଧ୍ୟପ୍ରାଚ୍ୟରେ ମିସାଇଲ ମାଡ ଘଟଣା ଭିନ୍ନ ଏକ ସମସ୍ୟା ଉତ୍ପନ୍ନ କରିଛି । ସୋମବାର ଇରାକର ବସ୍ରା ପ୍ରଦେଶରେ ଥିବା ଏକ ଆମେରିକୀୟ ତୈଳ କମ୍ପାନୀର ଏକ ସ୍ଥାନ ନିକଟରେ ପାଞ୍ଚଟି ରକେଟ୍ ମାଡ କରାଯାଉଛି । ସୁରକ୍ଷା ସୂତ୍ର ଏ ବିଷୟରେ ସୂଚନା ଦେଇଛି । ଏହି ରକେଟ ମାଡରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ କରିଛି ଯେ ଅଲ-ଜୁବାଇର ଅଞ୍ଚଳର ହାଲିବର୍ଟନ୍ ତୈଳ କମ୍ପାନୀକୁ କାଲୁଷା ରକେଟ୍ ଖସିଛି ।
ସୂତ୍ରରୁ ପ୍ରକାଶ ଯେ ଇରାକ ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା ଯେଉଁଥିରେ ସେମାନେ ରକେଟ୍ ଲଞ୍ଚର୍ ପାଇଥିଲେ ।