ଓଡିଶା

odisha

ପ୍ରସ୍ତୁତ ହେଲା ସ୍ବତନ୍ତ୍ର ମାସ୍କ, ମୁହଁରୁ ନକାଢି ଖାଇପାରିବେ ଖାଦ୍ୟ

By

Published : May 21, 2020, 9:02 AM IST

ଇସ୍ରାଏଲ କମ୍ପାନୀ ଏକ କୋରୋନା ମାସ୍କ ପ୍ରସ୍ତୁତ କରିଛି । ଏହା ସଂକ୍ରମଣର ରୋକିବା ପାଇଁ ଏକ ସ୍ୱତନ୍ତ୍ର ଉପକରଣ ବୋଲି କୁହାଯାଉଛି । ଅଧିକ ପଢନ୍ତୁ....

ପ୍ରସ୍ତୁତ ହେଲା ସ୍ବତନ୍ତ୍ର ମାସ୍କ, ମୁହଁରୁ ନକାଢି ଖାଇପାରିବେ ଖାଦ୍ୟ
ପ୍ରସ୍ତୁତ ହେଲା ସ୍ବତନ୍ତ୍ର ମାସ୍କ, ମୁହଁରୁ ନକାଢି ଖାଇପାରିବେ ଖାଦ୍ୟ

ଜେରୁଜେଲମ: କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇସ୍ରାଏଲର ଏକ କମ୍ପାନୀ ନିଆରା ମାସ୍କ ପ୍ରସ୍ତୁତ କରିଛି । ମେସିନ ସହିତ ସଂଲଗ୍ନ ହୋଇଥିବା ମାସ୍କଗୁଡିକ ରିମୋଟ ମାଧ୍ୟମରେ ଚଲାଯାଇପାରିବ । ମାସ୍କ ବ୍ୟବହାର କରି ମଧ୍ୟ ଖାଦ୍ୟ ଖାଇହେବ ।

ଇସ୍ରାଏଲ କମ୍ପାନୀ ଏକ କୋରୋନା ମାସ୍କ ପ୍ରସ୍ତୁତ କରିଛି । ଏହା ସଂକ୍ରମଣର ରୋକିବା ପାଇଁ ଏକ ସ୍ୱତନ୍ତ୍ର ଉପକରଣ ବୋଲି କୁହାଯାଉଛି । ରିମୋଟ କଣ୍ଟ୍ରୋଲ ମାଧ୍ୟମରେ, ମାସ୍କ ପିନ୍ଧିଥିବା ବ୍ୟକ୍ତି ଏହାକୁ ପରିଚାଳନା କରିବାକୁ ସକ୍ଷମ ହେବେ । ଖାଦ୍ୟ ଖାଇବା ପାଇଁ ମାସ୍କ କାଢିବାର କୌଣସି ଆବଶ୍ୟକତା ନାହିଁ । ଏହି ଉପକରଣ ସ୍ଥାପନ କରି ରେଷ୍ଟୁରାଣ୍ଟକୁ ଯିବାର ବିପଦ ହ୍ରାସ ହୋଇପାରିବ ବୋଲି କମ୍ପାନୀ ଦାବି କରିଛି । ଯେତେବେଳେ ଖାଦ୍ୟ ପାଟି ପାଖକୁ ଅଣାଯିବ ମାସ୍କ ଆପେ ଆପେ ଭାବରେ ଖୋଲିବ । କିନ୍ତୁ ମାସ୍କ ନକାଢି ଆଇସକ୍ରିମ ଇତ୍ୟାଦି ଖାଇ ପାରିବେ ନାହିଁ ।

ପ୍ରସ୍ତୁତ ହେଲା ସ୍ବତନ୍ତ୍ର ମାସ୍କ, ମୁହଁରୁ ନକାଢି ଖାଇପାରିବେ ଖାଦ୍ୟ

କୋରୋନା ସଂକ୍ରମଣରେ ହ୍ରାସ ପରେ ଇସ୍ରାଏଲ ବଜାର ଖୋଲିଛି । ସର୍ତ୍ତରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଆଯାଇଛି । କେବଳ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖାଦ୍ୟ ଏଠାରୁ ନିଆଯାଇପାରିବ । ଭାଇରସ ବିରୋଧରେ ଏହି ଉପକରଣ ଏକ ସୁରକ୍ଷିତ ଉପକରଣ ବୋଲି କମ୍ପାନୀ ଦାବି କରିଛି । ଡିଭାଇସ ଆପଣଙ୍କ ଚାରିପାଖରେ ବସିଥିବା ଲୋକଙ୍କଠାରୁ ସୁରକ୍ଷା ଯୋଗାଇଥାଏ । ମାସ୍କର ବହୁଳ ଉତ୍ପାଦନ ଆସନ୍ତା ମାସରେ ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details