ଜେରୁଜେଲମ୍: ଦୁର୍ନୀତି ଘେରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁ । ହଜାର ହଜାର ଲୋକ ଜେରୁଜେଲମରେ ଏକତ୍ରିତ ହୋଇଥିଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିରୋଧରେ ବିକ୍ଷୋଭ ପ୍ରର୍ଦଶନ କରିବା ସହିତ ତାଙ୍କ ଇସ୍ତଫା ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନାହୁଙ୍କ ବିରୋଧରେ ଠକେଇ, ବିଶ୍ବାସଘାତକତା ଏବଂ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏହି ମାମଲାଗୁଡ଼ିକ ତାଙ୍କ କୋଟିପତି ସହକର୍ମୀ ଏବଂ ମିଡିଆ ପ୍ରତିନିଧିଙ୍କ ସହିତ ଜଡିତ । ନେତ୍ୟାନାହୁଙ୍କ ଉପରେ ଲାଗିଥିବା ଏ ସମସ୍ତ ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି । ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗକୁ ନେଇ ବିକ୍ଷୋଭକାରୀମାନେ କହିଛନ୍ତି ସେ ଏହି ଅଭିଯୋଗ ସହିତ କେବେ ବି ଦେଶକୁ ସଠିକ ଭାବରେ ଆଗେଇ ନେଇ ପାରିବେ ନାହିଁ ।