ଓଡିଶା

odisha

ETV Bharat / international

ଦିନକରେ ୧୪୨୮ ଡଲଫିନଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ - ଡେନମାର୍କର ଫେରୋ ଦ୍ବିପପୁଞ୍ଜ

ଦିନକରେ ୧୪୦୦ରୁ ଅଧିକ ଡଲଫିନଙ୍କୁ ହତ୍ୟା । ଲାଲ ରଙ୍ଗରେ ପରିଣତ ହୋଇଛି ସାମୁଦ୍ରିକ ଅଞ୍ଚଳ । ଡେନମାର୍କର ଫେରୋ ଦ୍ବିପପୁଞ୍ଜରେ ଗୋଟିଏ ଦିନରେ ୧୪୨୮ ଅଧିକ ଧଳା ଡଲଫିନ୍ଙ୍କୁ ହତ୍ୟା କରାଯାଇଛି । କୌଣସି କାରଣ ନଥାଇ ଏକା ସଙ୍ଗରେ ଏତେ ସଂଖ୍ୟକ ଡଲଫିନଙ୍କୁ ହତ୍ୟା କରାଯିବା ଭଳି ଏକ ଅମାନବୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଦିନକରେ ୧୪୨୮ ଡଲଫିନଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
ଦିନକରେ ୧୪୨୮ ଡଲଫିନଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

By

Published : Sep 16, 2021, 2:24 PM IST

ହାଇଦ୍ରାବାଦ: ଅମାନବୀୟ, ଅଭାବନୀୟ ଘଟଣା । ଦିନକରେ ୧୪୦୦ରୁ ଅଧିକ ଡଲଫିନଙ୍କୁ ହତ୍ୟା । ଲାଲ ରଙ୍ଗରେ ପରିଣତ ହୋଇଛି ସାମୁଦ୍ରିକ ଅଞ୍ଚଳ । ଡେନମାର୍କର ଫେରୋ ଦ୍ବିପପୁଞ୍ଜରେ ଗୋଟିଏ ଦିନରେ ୧୪୨୮ ଅଧିକ ଧଳା ଡଲଫିନଙ୍କୁ ହତ୍ୟା କରାଯାଇଛି । କୌଣସି କାରଣ ନଥାଇ ଏକା ସଙ୍ଗରେ ଏତେ ସଂଖ୍ୟକ ଡଲଫିନଙ୍କୁ ହତ୍ୟା କରାଯିବା ଭଳି ଏକ ଅମାନବୀୟ ଘଟଣା ଆଲୋଡନ ସୃଷ୍ଟି କରିଛି ।

ସଂଗଠନ କହିଛି ଯେ, ଏକ ସୁପର-ପୋଡ୍ ସ୍ପିଡ ଡଙ୍ଗା ଏବଂ ଜେଟ ସ୍କି ଦ୍ବାରା ଆଇଷ୍ଟୁରୋଇ ଦ୍ବୀପରେ ଥିବା ସ୍କାଲାବୋଟନୁର ବେଳାଭୂମିରେ ସଂଯୁକ୍ତ ହୋଇଛି । ଯେଉଁଠାରେ 1,428 ଆଟଲାଣ୍ଟିକ୍ ଧଳା ଡଲଫିନଙ୍କୁ ହତ୍ୟା କରାଯାଇଛି ।

୪୧ବର୍ଷୀୟ କ୍ରିଷ୍ଟିଆନ ପିଟରସନ ଯିଏକି ପ୍ରକୃତରେ ଫୋରେସା ଟାଉନର ଅଟନ୍ତି । ବର୍ତ୍ତମାନ ସେ ଡେନମାର୍କରେ ବାସ କରୁଛନ୍ତି ସେ କହିଛନ୍ତି ସେ ସାତ ବର୍ଷ ବୟସରେ ଡଲଫିନ ଶିକାରରେ ଭାଗ ନେଇଥିଲେ ହେଲେ ତାଙ୍କ ଗାଁରେ ଡଲଫିନଙ୍କୁ କେବେ ବି ଟାର୍ଗେଟ କରାଯାଉ ନଥିବା କହିଛନ୍ତି । ସେ ଆହୁରି କହିଛନ୍ତି ହଁ କେବେ କେବେ ଖାଇବା ପାଇଁ ଡଲଫିନଙ୍କୁ ମରାଯାଇଥାଏ ହେଲେ ଏକା ସଙ୍ଗରେ ଏତେ ଡଲଫିନଙ୍କୁ ହତ୍ୟା କରାଯିବାକୁ ମୁଁ ବିରୋଧ କରୁଛି ବୋଲି କହିଛନ୍ତି ପିଟରସନ ।

ଗୋଟିଏ ପଟେ ପ୍ରକୃତି ତାର କରାଳ ରୂପ ଦେଖାଉଥିବାବେଳେ ଜଳପଥରେ ମଣିଷର ଏପରି କାର୍ଯ୍ୟ ବିପଦକୁ ନିମନ୍ତ୍ରଣ କରୁଛି । ଏକା ସଙ୍ଗରେ ଏତେ ତିମିଙ୍କୁ ହତ୍ୟା କରାଯିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି କହିଛନ୍ତି ‘ସି ସେଫର୍ଡସ୍ ଗ୍ଲୋବାଲ’ ସିଇଓ ଆଲେକ୍ସ କର୍ଣ୍ଣେଲିସେନ୍ । ପାଖାପାଖି ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥିବା ଏହି ଦ୍ବାପାଞ୍ଜଳରେ ପାରମ୍ପରିକ ଭାବେ ପାଇଲଟ୍ ଡଲଫିନ ଶିକାର କରାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ABOUT THE AUTHOR

...view details