ସୁଭା: ଲକଡାଉନ ଅନେକଙ୍କ ପାଇଁ ସୁଖଦ ଅନୁଭୂତି ଆଣିଥିବା ବେଳେ ଏହା ଅନେକଙ୍କ ପାଇଁ ସୃ୍ଷ୍ଟି କରିଛି ନାହିଁ ନଥିବା ଅସୁବିଧା । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମ ମିଳିଛି ସିଙ୍ଗାପୁରର ଜଣେ ବ୍ୟକ୍ତିଙ୍କ ସହ । 59 ବର୍ଷୀୟ ୱୋଙ୍ଗ ଟେଟଚୁଙ୍ଗ ସିଙ୍ଗାପୁର ବାସିନ୍ଦା ହୋଇଥିବା ବେଳେ ଲକଡାଉନ ପାଇଁ ସମୂଦ୍ର ମଧ୍ୟରେ ତାଙ୍କୁ ବିତାଇବାକୁ ପଡିଥିଲା 2 ମାସ । ହେଲେ ଫିଜି ନୌସେନା ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାର ଭର୍ତ୍ତି କରିବା ପରେ ଏବେ ଲକଡାଉନ ଖୋଲିବା ଅପେକ୍ଷାରେ ବସିଛନ୍ତି ୱୋଙ୍ଗ ।
ଗତ ଫେବୃଆରୀ 2ରେ ୱୋଙ୍ଗ ନିଜର ଦୁଇ ବନ୍ଧୁଙ୍କ ସହ ଦକ୍ଷିଣ ପ୍ରସାନ୍ତ ମହାସାଗରରେ ଆରମ୍ଭ କରିଥିଲେ ନୌକା ବିହାର । ଉଦ୍ଦେଶ୍ୟ ଥିବା ପ୍ରଶାନ୍ତ ମହାସାଗର ଦେଇ ବିଭିନ୍ନ ଉପକୂଳବର୍ତ୍ତୀ ରାଷ୍ଟ୍ର ଭ୍ରମଣ । ହେଲେ ବିଡମ୍ବନାର କଥା କି କୋରୋନା ସଂକ୍ରମଣ ତାଙ୍କ ଏହି ଯାତ୍ରା ପାଇଁ କାଳ ସାବ୍ୟସ୍ତ ହେଲା । ୱୋଙ୍ଗଙ୍କ ସହିତ ଯାତ୍ରା କରୁଥିବା ଦୁଇ ଇଣ୍ଡୋନେସିଆନ ବନ୍ଧୁ କୋରୋନା ପାଇଁ ଫେବୃଆରୀ 28ରେ ନିଜ ରାଷ୍ଟ୍ରକୁ ଫେରିଯିବା ପରେ ୱୋଙ୍ଗଙ୍କୁ ଲାଗିଥିଲା ପ୍ରଥମ ଝଟକା । ଏହାପରେ ସେ ନିଜ ଦେଶକୁ ନଫେରି ଜଳରାଶି ଦେଇ ବିଭିନ୍ନ ରାଷ୍ଟ୍ରରେ ପହଞ୍ଚିଥିଲେ ।