ନୂଆଦିଲ୍ଲୀ: ନୂଆ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଇସ୍ରାଏଲ ମଙ୍ଗଳବାର ଠାରୁ ସପ୍ତାହେ ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ କରିଛି । ଏନେଇ ମଙ୍ଗଳବାର ଇସ୍ରାଏଲ ପକ୍ଷରୁ ଘୋଷଣା କରାଯାଇଛି । ଦେଶରେ ନୂଆ କୋରୋନା ଭାଇରସର ପ୍ରବେଶକୁ ରୋକିବାକୁ ଇସ୍ରାଏଲ ଏପରି ପଦକ୍ଷେପ ନେଇଛି ।
ଜାନୁଆରୀ 31 ତାରିଖ ଯାଏ ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦର ବେନ ଗୁରିଅନ ଏୟାରପୋର୍ଟ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ ଏନେଇ ରବିବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କ୍ୟାବିନେଟରେ ବିମାନ ବନ୍ଦ ନେଇ ସୂଚନା ଦେବା ସହ ଦେଶକୁ ନୂଆ କୋରୋନା ଭାଇରସ ଭାରିଆଣ୍ଟ୍ସ କବଳରୁ ରକ୍ଷା କରିବାକୁ ଏପରି କରାଯାଇଥିବା କହିଛନ୍ତି ।