ଓଡିଶା

odisha

ଇରାକ ସେନା ଗୁଳିରେ 4 ଆଇଏସ ଆତଙ୍କୀ ନିହତ

ଇରାକ ପୂର୍ବ ପ୍ରାନ୍ତର ଡିଆଲାଠାରେ ଛପି ରହିଥିବା 4 ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କୁ ନିପାତ କରିଛି ଇରାକ ସେନା । ଅଧିକ ପଢନ୍ତୁ...

By

Published : Apr 1, 2020, 10:25 PM IST

Published : Apr 1, 2020, 10:25 PM IST

Four IS militants killed
Four IS militants killed

ବାଗଦାଦ: ବିଶ୍ୱ କୋରୋନା ଆତଙ୍କରେ ଆତଙ୍କିତ ରହିଛନ୍ତି ବିଶ୍ୱର ଶତାଧିକ ରାଷ୍ଟ୍ର । ଏପରିସ୍ଥଳେ ଇରାକ ଫୋର୍ସ ଦେଶରୁ ଆତଙ୍କୀଙ୍କୁ ନିପାତ କରିବାରେ ବ୍ୟସ୍ତ ରହିଛି । ଇରାକ ପୂର୍ବ ପ୍ରାନ୍ତର ଡିଆଲାଠାରେ ଛପି ରହିଥିବା 4 ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କୁ ନିପାତ କରିଛି ଇରାକ ସେନା ।

ବାଗଦାଦର 65 କିଲୋମିଟର ଉତ୍ତର-ପୂର୍ବରେ ଥିବା ପ୍ରଦେଶର ରାଜଧାନୀ ବାକୁବା ଦକ୍ଷିଣରେ ଥିବା ବୁହୁରୁଜ ଅଞ୍ଚଳରେ ଏକ ଗୁପ୍ତଚର ଦଳ ଚଢାଉ କରିଥିଲେ । ସେଠାରେ ଅଧଘଣ୍ଟା ଧରି ଆଇଏସ୍ ଆତଙ୍କବାଦୀଙ୍କ ସହ ସଂଘର୍ଷ ହୋଇଥିଲା । ଏଥିରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିବା ​ପୋଲିସ ସୂଚନା ଦେଇଛି ।

ସୈନ୍ୟମାନେ ଉକ୍ତ ସ୍ଥାନରେ ଦୁଇଟି ବିସ୍ଫୋରକ ବେଲ୍ଟ ମଧ୍ୟ ଜବତ କରିଥିବା ସୂଚନା ରହିଛି । ଆଇଏସ୍ ଆତଙ୍କବାଦୀମାନେ ଇରାକର ନାଗରିକ ଏବଂ ସୁରକ୍ଷା ବାହିନୀ ବିରୋଧରେ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡିଛି।

@IANSଇନପୁଟ

ABOUT THE AUTHOR

...view details