ଓଡିଶା

odisha

ସଙ୍କଟର ସାଥୀ: ପ୍ରଥମ ବ୍ୟାଚରେ 88ଜଣ ନର୍ସଙ୍କୁ ୟୁଏଇ ପଠାଇଲେ ଭାରତ ସରକାର

ୟୁଏଇରେ କୋରୋନା ସଂକ୍ରମଣର ବୃଦ୍ଧି ହେତୁ ଭାରତର 88 ଜଣ ନର୍ସଙ୍କ ଫାଷ୍ଟ ବ୍ୟାଚ ସ୍ବାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଦୁବାଇରେ ପହଞ୍ଚିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗଲ୍ଫ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 17 ହଜାର ଅତିକ୍ରମ କରିଛି । ଅଧିକ ପଢନ୍ତୁ...

By

Published : May 10, 2020, 6:21 PM IST

Published : May 10, 2020, 6:21 PM IST

UAE
UAE

ନୂଆଦିଲ୍ଲୀ: କୋରୋନା କାଳରେ ଭାରତ ବିଶ୍ବ ପାଇଁ ପ୍ରେରଣର ଉତ୍ସ ସହ ବନ୍ଧୁତ୍ବର ଅସଲି ଅର୍ଥ ବୁଝାଇଛି । କୋରୋନା ମୁକାବିଲା ଓ କୋରୋନାରେ ପ୍ରପିଡୀତ ସହଯୋଗୀଙ୍କୁ ସହାୟତା କରିବାରେ ଭାରତ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି । କୋରୋନା ସଙ୍କଟ ମଧ୍ୟରେ ଭାରତ ବିଶ୍ବର ଅନେକ ରାଷ୍ଟ୍ରକୁ ଅତ୍ୟାବଶକୀୟ ହାଇଡ୍ରୋକ୍ସିକ୍ଲୋରୋକୁଇନ ପ୍ରଦାନ କରି ବିପଦର ବନ୍ଧୁ ସାଜିଛି । ଏହାସହ ଭାରତ 88 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ କୋରୋନା ଯୁଦ୍ଧରେ ଲଢିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଇଛି ।

ୟୁଏଇରେ କୋରୋନା ସଂକ୍ରମଣର ବୃଦ୍ଧି ହେତୁ ଭାରତର 88 ଜଣ ନର୍ସଙ୍କ ଫାଷ୍ଟ ବ୍ୟାଚ ସ୍ବାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବା ପାଇଁ ଦୁବାଇରେ ପହଞ୍ଚିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗଲ୍ଫ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 17 ହଜାର ଅତିକ୍ରମ କରିଛି ।

ସ୍ବାସ୍ଥ୍ୟ ଏବଂ ନିରାକରଣ ମନ୍ତ୍ରଣାଳୟ କହିଛି ଯେ ୟୁଏଇରେ ଶନିବାର 624 ଟି ମହାମାରୀର ରିପୋର୍ଟ ହୋଇଥିବା ବେଳେ ମୋଟ ମାମଲା 17,417 କୁ ବୃଦ୍ଧି ପାଇଛି। ଏହି ଦିନ, ଭୂତାଣୁ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ପରେ ମୃତକଙ୍କ ସଂଖ୍ୟା 185 କୁ ବୃଦ୍ଧି ପାଇଛି |

ପ୍ରମୁଖ ଗଣମାଧ୍ୟମର ଖବର ଅନୁଯାୟୀ, ଏହି ନର୍ସମାନେ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ଏଷ୍ଟର ଡିଏମ ହେଲଥ କେୟାର ହସ୍ପିଟାଲର ଅଟନ୍ତି । ନର୍ସମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଡାକ୍ତରଖାନାକୁ 14 ଦିନ ଆଇସୋଲେସନରେ ରଖାଯିବ । ଶନିବାର ସ୍ବତନ୍ତ୍ର ବିମାନରେ ନର୍ସ ଦଳ ଦୁବାଇ ବିମାନବନ୍ଦରରେ ପହଞ୍ଚିଥିଲେ।

ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ପବନ କପୁର କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତାକୁ ଆହୁରି ଦୃଢ କରିବ । ଦୁବାଇ ସ୍ବାସ୍ଥ୍ୟ ପ୍ରାଧିକରଣର ମହାନିର୍ଦ୍ଦେଶକ ହୁମୈଦ ଅଲ କୁତାମି କହିଛନ୍ତି, 'ଏହି ପଦକ୍ଷେପ ହେଉଛି ଦୁଇ ଦେଶ ସହଭାଗିତାର ସମ୍ପର୍କର ପରିଚୟ । ଏହା ସରକାରୀ ଏବଂ ବେସରକାରୀ ସ୍ବାସ୍ଥ୍ୟ କ୍ଷେତ୍ର ମଧ୍ୟରେ ଘନିଷ୍ଠ ସହଯୋଗକୁ ଦର୍ଶାଉଛି।

ABOUT THE AUTHOR

...view details