ଓଡିଶା

odisha

ETV Bharat / international

କୋରୋନା ସଙ୍କଟ: ଉତ୍ତର କୋରିଆକୁ ସାହାର୍ଯ୍ୟର ହାତ ବଢାଇଲା ଦକ୍ଷିଣ କୋରିଆ - south korea

ମୁନ କହିଛନ୍ତି ସେ ଉତ୍ତର କୋରିଆକୁ ମହାମାରୀ ସମାପ୍ତ ହେବା ପରେ ମିଳିତ ଭାବେ କାମ କରିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ବୁଝାଇବେ । ଅଧିକ ପଢନ୍ତୁ...

ଉତ୍ତର କୋରିଆକୁ ସାହାର୍ଯ୍ୟର ହାତ ବଢାଇଲା ଦକ୍ଷିଣ କୋରିଆ

By

Published : May 11, 2020, 8:27 AM IST

ସିଓଲ: ଦକ୍ଷିଣ କୋରିଆର ରାଷ୍ଟ୍ରପତି କହିଛନ୍ତି ଯେ, କୋଭିଡ-19 ସଂକ୍ରାମକ ରୋଗର ମିଶି ମୁକାବିଲା ପାଇଁ ଉତ୍ତର କୋରିଆକୁ ଦେଇଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ତେବେ ଉତ୍ତର କୋରିଆ ଏହାର ପ୍ରତିକ୍ରିୟା ଦେଇନାହିଁ।

ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ-ଇନ୍ ରବିବାର ଗଣମାଧ୍ୟମକୁ କହିଛନ୍ତି ଯେ, କୋରୋନା ଭାଇରସ ବିଶ୍ୱ ମହାମାରୀକୁ ନେଇ ଉତ୍ତର କୋରିଆ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ମୁନ ଏହା ଉପରେ ବିଶେଷ ଭାବେ ଆଲୋଚନା କରିନାହାଁନ୍ତି । ନିକଟରେ ତାଙ୍କ ଗୁପ୍ତଚର ସଂସ୍ଥା ସାସଂଦଙ୍କୁ କହିଥିଲେ ଯେ, ବିଶ୍ୱ ମହାମାରୀ ଦ୍ୱାରା ଉତ୍ତର କୋରିଆର ବାଣିଜ୍ୟ ସ୍ଥିତି ପ୍ରଭାବିତ ହୋଇଛି ।

ଉତ୍ତର କୋରିଆକୁ ସାହାର୍ଯ୍ୟର ହାତ ବଢାଇଲା ଦକ୍ଷିଣ କୋରିଆ

ମୁନ କହିଛନ୍ତି ସେ ଉତ୍ତର କୋରିଆକୁ ମହାମାରୀ ସମାପ୍ତ ହେବା ପରେ ମିଳିତ ଭାବେ କାମ କରିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ବୁଝାଇବେ । ରେଳ ଲାଇନଗୁଡ଼ିକୁ ପୁନଃ ସଂଯୋଗ କରିବା, ଯୁଦ୍ଧ ଦ୍ବାରା ଅଲଗା ହୋଇଥିବା ପରିବାରକୁ ଏକଠି କରିବା ଏବଂ ଦକ୍ଷିଣ କୋରିଆ ପର୍ଯ୍ୟଟକଙ୍କୁ ଉତ୍ତର କୋରିଆ ପଠାଇବାକୁ ମୁନ ପ୍ରସ୍ତାବ ଦେଇଛନ୍ତି ।

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ଅନେକ ପଦକ୍ଷେପ ନେଇଛି, କିନ୍ତୁ ଏଥିରେ କୋରୋନା ଭାଇରସରେ ଗୋଟିଏ ବି ସଂକ୍ରମିତ ମାମଲା ନାହିଁ ବୋଲି ଦାବି କରିଆସୁଛି। ଏହି ଦାବି ଉପରେ ଅନେକ ବିଦେଶୀ ବିଶେଷଜ୍ଞ ସନ୍ଦେହ କରୁଛନ୍ତି ।

ABOUT THE AUTHOR

...view details