ଦୁବାଇ:ସଂକ୍ରମଣ ପାଇଁ ବିମାନ ଯାତ୍ରା ଉପରେ ଲଗାଯାଇଥିବା କଟକଣାକୁ କୋହଳ କରିଛନ୍ତି UAE ସରକାର । ସାଉଥ ଆଫ୍ରିକା, ନାଇଜେରିଆ ଓ ଭାରତର ଯାତ୍ରୀ ମାନେ ଦୁବାଇକୁ ଏବେ ଯାତ୍ରା କରିପାରିବେ । କିନ୍ତୁ ସେଥିପାଇଁ କିଛି ଗାଇଡଲାଇନ ଜାରି କରାଯାଇଛି । ଯାହାକି ଜୁନ 23ରୁ କାର୍ଯ୍ୟକାରୀ କରାଯିବ ।
ଭାରତରୁ ଯାତ୍ରା କରିବାକୁ ଥିବା ଯାତ୍ରୀ କେବଳ ଆବାସିକ ଭିସା ସହ UAE ଅନୁମୋଦିତ ସିନୋଫାରମ, ଫାଇଜର-ବାୟୋଟେକ, ସ୍ପୁଟନିକ ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଯେ କୌଣସି କମ୍ପାନୀର 2ଟି ଡୋଜ ନେଇଥିବା ବ୍ୟକ୍ତି ଦୁବାଇ ଯାତ୍ରା କରିପାରିବେ । ସେହିପରି, ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଆସୁଥିୂବା ଯାତ୍ରୀ କେବଳ 48 ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି ।