ଓଡିଶା

odisha

ETV Bharat / international

ଶୀତ ଦିନେ ବଢିପାରେ କୋରୋନା ସଂକ୍ରମଣ ଭୟ ! - ଆର୍ଦ୍ରତା ସହ କୋରୋନା ସମ୍ପର୍କ

ପ୍ରକୃତି ଉପରେ ସିଧାସଳଖ ନିର୍ଭରଶୀଳ କୋରୋନା ଭୂତାଣୁ । ପୂର୍ବରୁ ମଧ୍ୟ ଏନେଇ ଗବେଷକମାନେ ସ୍ପଷ୍ଟ କରିସାରିଛନ୍ତି କି ଥଣ୍ଡା ପରିବେଶରେ ଏହି ଭୂତାଣୁ ଏଧିକ ସକ୍ରିୟ ହୋଇଥାଆନ୍ତି । ଏନେଇ ମଙ୍ଗଳବାରୁ ପୁଣି ପ୍ରକାଶ ପାଇଛି ନୂଆ ତଥ୍ୟ ।

corona infection, corona fear in winter, corona and humidity corelation, latest coronavirus news, କୋରୋନା ସଂକ୍ରମଣ, ଶୀତଦିନେ କୋରୋନା ଭୟ, ଆର୍ଦ୍ରତା ସହ କୋରୋନା ସମ୍ପର୍କ, ଲାଟେଷ୍ଟ କୋରୋନା ଭାଇରସ ନ୍ୟୁଜ୍‌
ଶୀତ ଦିନେ ବଢିପାରେ କୋରୋନା ସଂକ୍ରମଣ ଭୟ !

By

Published : Jun 3, 2020, 12:26 AM IST

ସିଡନୀ: ପ୍ରକୃତି ଉପରେ ସିଧାସଳଖ ନିର୍ଭରଶୀଳ କୋରୋନା ଭୂତାଣୁ । ପୂର୍ବରୁ ମଧ୍ୟ ଏନେଇ ଗବେଷକମାନେ ସ୍ପଷ୍ଟ କରିସାରିଛନ୍ତି କି ଥଣ୍ଡା ପରିବେଶରେ ଏହି ଭୂତାଣୁ ଏଧିକ ସକ୍ରିୟ ହୋଇଥାଆନ୍ତି । ଏନେଇ ମଙ୍ଗଳବାରୁ ପୁଣି ପ୍ରକାଶ ପାଇଛି ନୂଆ ତଥ୍ୟ । ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି କି ଆଗକୁ କୋରୋନା ଏକ ଋତଗତ ସଂକ୍ରମଣରେ ପରିଣତ ହୋଇପାରେ । ଯାହାର ପ୍ରଭାବ ଶୀତ ଦିନେ ଅଧିକ ରହିବ ।

ବାୟୁମଣ୍ଡଳରେ ଆର୍ଦ୍ରତାର ମାତ୍ରା ଗୋଟିଏ ପ୍ରତିଶତ ହ୍ରାସ ହେଲେ କୋରୋନା ଭୂତାଣୁ 6 ପ୍ରତିଶତ ଅଧିକ ସକ୍ରିୟ ହୋଇଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏନେଇ ଟ୍ରାନ୍ସବାଉଣ୍ଡ୍ରି ଓ ଏମର୍ଜି ଡିଜିଜ୍‌ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ସ୍ଥାନୀୟ ବାୟୁମଣ୍ଡଳର ଆର୍ଦ୍ରତା ସହ ସଂକ୍ରମଣର ମାତ୍ରା ମଧ୍ୟରେ ତାଳମେଳ ରହିଥିବା ପ୍ରକାଶ ରହିଛି । ଏହି ରିପୋର୍ଟକୁ ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅଫ ସିଡନୀର ପ୍ରଫେସର ମାଇକେଲ ୱାର୍ଡ ।

ପୂର୍ବରୁ ଅଧ୍ୟୟନ ଦ୍ବାରା ହଂକଂ ଓ ଚୀନରେ ବାୟୁମଣ୍ଡଳରେ ଆର୍ଦ୍ରତା ହ୍ରାସ ସହ ସହ SARS-CoV ଭୂତାଣୁର ପ୍ରଭାବ ବଢୁଥିବା ଦେଖାଯାଇଥିଲା । ସମାନ ଭାବେ ସାଉଦି ଆରବରେ MERS-CoVର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ଭାବେ ବର୍ତ୍ତମାନ ଚୀନରେ କୋଭିଡ-19ର ବାୟୁମଣ୍ଡଳରେ ଆର୍ଦ୍ରତାର ମାତ୍ରା ସହ ସମ୍ପର୍କ ରହିଥିବା ଦେଖାଯାଇଛି । ଏସମସ୍ତ ମାମଲାକୁ ଦେଖି ଆଗକୁ ଆସୁଥିବା ଶୁଷ୍କ ଶୀତଦିନରେ କୋରୋନା ସଂକ୍ରମଣର ମାତ୍ରା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

@IANS

ABOUT THE AUTHOR

...view details