ଓଡିଶା

odisha

ETV Bharat / international

ବୁଶଫାୟାର ରିକଭରି ଫଣ୍ଡକୁ ବିଫଳ କହିଲେ ଅଷ୍ଟ୍ରେଲିଆନ ବିରୋଧୀ - ବିଫଳ ବୁଶଫାୟାର ରିକଭରି ଫଣ୍ଡ

2019-20ରେ ଅଷ୍ଟ୍ରେଲିଆରେ ବିଧ୍ବଂସକାରୀ ଲୀଳା ସୃଷ୍ଟି କରିଥିଲା ବୁଶଫାୟାର ବା ଜଙ୍ଗଲରେ ନିଆଁ ଘଟଣା । କୋଟି କୋଟି ଟଙ୍କାର ସହାୟତା ବୁଶଫାୟାର ରିକଭରି ଫଣ୍ଡରେ ଜମା ହୋଇଥିଲା । ହେଲେ ଏହାକୁ ସମ୍ପୂର୍ଣ୍ଣ ବିଫଳ ବୋଲି ଗୁରୁବାର ଆକ୍ଷେପ କରିଛନ୍ତି ବିରୋଧୀ ନେତା ଆନ୍ଥୋନୀ ଆଲବାନିଜ ।

australia bushfire, australia bushfire recovery fund, failed bushfire recovery fund, australia latest news, ଅଷ୍ଟ୍ରେଲିଆ ବୁଶଫାୟାର, ଅଷ୍ଟ୍ରେଲିଆ ବୁଶଫାୟାର ରିକଭରି ଫଣ୍ଡ, ବିଫଳ ବୁଶଫାୟାର ରିକଭରି ଫଣ୍ଡ, ଅଷ୍ଟ୍ରେଲିଆ ଲାଟେଷ୍ଟ ନ୍ୟୁଜ୍‌
ବୁଶଫାୟାର ରିକଭରି ଫଣ୍ଡକୁ ବିଫଳ କହିଲେ ଅଷ୍ଟ୍ରେଲିଆନ ବିରୋଧୀ

By

Published : Jun 5, 2020, 2:52 AM IST

କାନବେରା: 2019-20ରେ ଅଷ୍ଟ୍ରେଲିଆରେ ବିଧ୍ବଂସକାରୀ ଲୀଳା ସୃଷ୍ଟି କରିଥିଲା ବୁଶଫାୟାର ବା ଜଙ୍ଗଲରେ ନିଆଁ ଘଟଣା । ଆଖି ପିଛୁଳାକେ ଘଟଣାରେ ଲକ୍ଷ ଲକ୍ଷ ଏକରର ଜଙ୍ଗଲ ଜମି ନଷ୍ଟ ହୋଇଥିବା ବେଳେ ହଜାର ହଜାର ବନ୍ୟଜନ୍ତୁ ଏଥିରେ ପ୍ରାଣ ହରାଇଥିଲେ । ଏହି ବୁଶ ଫାୟାର ଯୋଗୁଁ ବିଷାକ୍ତ ଧୂଆଁ ବଳୟରେ ଆସି ପ୍ରାୟ 445 ଜଣ ମଣିଷ ମଧ୍ୟ ରୋଗାଗ୍ରସ୍ତ ହୋଇଥିବା ଜଣା ପଡିଛି । ଏହି ବିପଦରୁ ଅଷ୍ଟ୍ରେଲିଆକୁ ମୁକ୍ତି ପାଇଁ ସାରା ବିଶ୍ବରୁ ଛୁଟିଥିଲା ସହାୟତାର ସୁଅ ।

କୋଟି କୋଟି ଟଙ୍କାର ସହାୟତା ବୁଶଫାୟାର ରିକଭରି ଫଣ୍ଡରେ ଜମା ହୋଇଥିଲା । ହେଲେ ଏହାକୁ ସମ୍ପୂର୍ଣ୍ଣ ବିଫଳ ବୋଲି ଗୁରୁବାର ଆକ୍ଷେପ କରିଛନ୍ତି ବିରୋଧୀ ନେତା ଆନ୍ଥୋନୀ ଆଲବାନିଜ । ବିରୋଧୀ ଶ୍ରମିକ ଦଳର ନେତା ଆନ୍ଥୋନୀ ଏହା କହିଛନ୍ତି କି ଜାତୀୟ ବୁଶଫାୟାର ରିକଭରି ଫଣ୍ଡରେ ଜମା ହୋଇଥିବା 2 ବିଲିୟନ ଅଷ୍ଟ୍ରେଲିଆନ ଡଲାର ବା 1.3 ବିଲିୟନ ଆମେରିକୀୟ ଡଲାରର ଅର୍ଥ ରାଶି ସରକାରଙ୍କର ଏକ ବିଫଳ ଯୋଜନା । ବୁଶଫାୟାର ଦ୍ବାରା ପ୍ରଭାବିତ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରୁ ମାତ୍ର 4 ପ୍ରତିଶତ ଲୋକେ ଏହି ଫଣ୍ଡରୁ ଅନୁକମ୍ପା ରାଶି ପାଇପାରିଥିବାରୁ ଏହି ଯୋଜନାକୁ ବିଫଳ କହିଛନ୍ତି ଆନ୍ଥୋନୀ ।

ସୂଚନା ଅନୁଯାୟୀ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏହି ଜାତୀୟ ରିକଭରି ଫଣ୍ଡ ପାଇଁ ଘୋଷଣା କରିଥିଲେ । ଏହାର ଲକ୍ଷ୍ୟ ଥିଲା ସଂଗୃହିତ ଅର୍ଥରୁ ପ୍ରଭାବିତ ଜଙ୍ଗଲ ଓ ମାନବ ଜମିରେ ସୁଧାର ଆଣିବା । ପ୍ରଭାବିତ ଲୋକଙ୍କୁ ଅନୁକମ୍ପା ରାଶି ଯୋଗାଇବା ସହ ଜଙ୍ଗଲ ସୃଷ୍ଟି କରିବା । ତେବେ ମଙ୍ଗଳବାର ଏହି ରିକଭରି ଏଜନ୍ସିର ଡେପୁଟି ସହଯୋଗୀ ଆଣ୍ଡ୍ରିୟୁ ହକିଂ ସିନେଟରେ କହିଥିଲେ କି ପ୍ରଭାବିତ 7.1 ମିଲିୟନ ଲୋକଙ୍କ ମଧ୍ୟରୁ ଏଯାବତ୍‌ କେବଳ 2,91,000 ଲୋକେ ଅନୁକମ୍ପା ରାଶି ପାଇପାରିଛନ୍ତି ।

@IANS

ABOUT THE AUTHOR

...view details