ଓଡିଶା

odisha

ETV Bharat / international

କୋରୋନା ମାଡରେ ଛାରଖାର ଅଷ୍ଟ୍ରେଲିଆର ୟୁନିଭର୍ସିଟି ଅବସ୍ଥା

ଆକଳନ ମୁତାବକ ଲକଡାଉନରେ ସୀମା ବନ୍ଦ ପାଇଁ ବିଦେଶୀ ଛାତ୍ରଛାତ୍ରୀ ଆସିନପାରିବାରୁ ୟୁନିଭର୍ସିଟିଗୁଡିକୁ ଆଗାମୀ 6ମାସରେ 3.01 ବିଲିୟନ ଡଲାରର କ୍ଷତି ସହିବାକୁ ହେବ । ଏଥିସହ ପ୍ରାୟ 21,290 ଜଣ କର୍ମଚାରୀ ନିଜର ଚାକିରୀ ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

Australia universities, Australia universities amid lockdown, corona effect on australia, australia latest news, ଅଷ୍ଟ୍ରେଲିଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆରେ ବିଦେଶୀ ଛାତ୍ରଛାତ୍ରୀ, ଅଷ୍ଟ୍ରେଲିଆନ ୟୁନିଭର୍ସିଟିରେ କୋରୋନା ପ୍ରଭାବ, ଅଷ୍ଟ୍ରେଲିଆ ଲାଟେଷ୍ଟ ନ୍ୟୁଜ୍‌, ଅଷ୍ଟ୍ରେଲିଆରେ କୋରୋନା ପ୍ରଭାବ
କୋରୋନା ମାଡରେ ଛାରଖାର ଅଷ୍ଟ୍ରେଲିଆନ ୟୁନିଭର୍ସିଟି ଅବସ୍ଥା

By

Published : May 26, 2020, 7:40 PM IST

କାନବେରା: କୋଭିଡ-19 ପ୍ରଭାବରେ ଅଷ୍ଟ୍ରେଲିଆର ଟପ୍‌ ୟୁନିଭର୍ସିଟି ଏବେ ଚିନ୍ତାରେ । ସଂକ୍ରମଣର ଭୟ ଲାଗି ରହିଥିବାରୁ ୟୁନିଭର୍ସିଟି ଖୋଲିପାରୁନଥିବା ବେଳେ ଏଠାରେ ପଢୁଥିବା ଅର୍ଦ୍ଧାଧିକ ବିଦେଶୀ ଛାତ୍ରଛାତ୍ରୀ ଏବେ ଫେରି ପାରୁନଥିବା ଅନ୍ୟ ଏକ ମୁଖ୍ୟ ଚିନ୍ତା ପାଲଟିଛି । ଏହି ୟୁନିଭର୍ସିଟି ଗୁଡିକରେ ମୁଖ୍ୟତଃ ଦେଶ ବାହାରୁ ଛାତ୍ରଛାତ୍ରୀଙ୍କ ଭିଡ ଜମୁଥିବା ବେଳେ ଏବେ ଲକଜାଉନ ପାଇଁ ମାନ୍ଦା ପଡିଛି ୟୁନିଭର୍ସିଟି ଆୟ ।

ଆକଳନ ମୁତାବକ ଲକଡାଉନରେ ସୀମା ବନ୍ଦ ପାଇଁ ବିଦେଶୀ ଛାତ୍ରଛାତ୍ରୀ ଆସିନପାରିବାରୁ ୟୁନିଭର୍ସିଟି ଗୁଡିକୁ ଆଗାମୀ 6 ମାସରେ 3.01 ବିଲିୟନ ଡଲାରର କ୍ଷତି ସହିବାକୁ ହେବ । ଏଥିସହ ପ୍ରାୟ 21,290 ଜଣ କର୍ମଚାରୀ ନିଜର ଚାକିରୀ ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛି ଦେଶର 39 ୟୁନିଭର୍ସିଟିର ନେତୃତ୍ବ ନେଉଥିବା ଅରଗାନାଇଜେସନ ୟୁନିଭର୍ସିଟିସ ଅଷ୍ଟ୍ରେଲିଆ(ୟୁଏ)ର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ୟାଟ୍ରିଓନା ଜ୍ୟାକସନ ।

ଦେଶର ଅର୍ଥନୀତିରେ ବିଦେଶୀ ଛାତ୍ରଛାତ୍ରୀମାନେ କେବଳ 2018-19 ବର୍ଷରେ 37.6 ବିଲିୟନ ଅଷ୍ଟ୍ରେଲିଆନ ଡଲାରର ସହାୟତା କରିଥିବା ବେଳେ ଏହା ଦେଶର 4ର୍ଥ ସର୍ବଶ୍ରେଷ୍ଠ ଆୟର ମାଧ୍ୟମ । ଦେଶରେ କୋଇଲା, ଲୁହା ଓ ପ୍ରାକୃତି ଗ୍ୟାସ ପରେ ଶିକ୍ଷାର ବ୍ୟବସାୟୀକରଣ କରାଯାଇଥାଏ । ଯାହା ଦ୍ବାରା ୟୁନିଭର୍ସିଟି ଗୁଡିକରେ ଅର୍ଦ୍ଧାଧିକ ସ୍ଥାନ ବିଦେଶୀ ଛାତ୍ରଛାତ୍ରୀମାନେ ଗ୍ରହଣ କରିଥାଆନ୍ତି । ସେପଟେ ମହାମାରୀ ପରେ ଦେଶରେ ରୋଜଗାରର ଅଭାବ ଯୋଗୁଁ ଏହି ବିଦେଶୀ ଛାତ୍ରମାନେ 33,000 ଅଷ୍ଟ୍ରେଲିଆନ ଡଲାର ଖର୍ଚ୍ଚ କରି ପାଠ ପଢିବା ବଦଳରେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଏହା ମଧ୍ୟରେ ଜୁଲାଇ ମାସରୁ ଦେଶ ନିଜ ଅର୍ଥବ୍ୟବସ୍ଥାକୁ ସ୍ବାଭାବିକ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ତେବେ ଏପରି ସ୍ଥିତିରେ ବିଦେଶାଗତ ଛାତ୍ରଛାତ୍ରୀଙ୍କୁ ପଠାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜ୍ୟାକସନ କହିଛନ୍ତି କି ଦେଶ କୋରୋନା ସହ ଅତି ଚମତ୍କାର ଲଢେଇ କରିଛି । ଦେଶରେ ପଢାକୁ ନେଇ କୌଣସି ଅସୁବିଧା ନାହିଁ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ଦେଶ ଓ ୟୁନିଭର୍ସିଟିର ଦ୍ବାର ଖୋଲା ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସ୍କଟ ମୋରିନସନ ମଙ୍ଗଳବାର ଦେଶର ଯୁବପୀଢିକୁ ଟ୍ରେନିଂ ସ୍କିଲ ଯୋଗାଇବାରେ ଗୁରୁତ୍ବାରୋପ କରିଛନ୍ତି ।

@IANS

ABOUT THE AUTHOR

...view details