ଓଡିଶା

odisha

ETV Bharat / international

କୃଷ୍ଣକାୟଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ: ବ୍ୟାନ ପାଇଁ ଅଷ୍ଟ୍ରେଲିଆ ପୋଲିସର ଦାବି - ଅଷ୍ଟ୍ରେଲିଆ ପୋଲିସର ବିକ୍ଷୋଭକୁ ବିରୋଧ

ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ ନ୍ୟାୟ ପାଇଁ ବିକ୍ଷୋଭ ଜାରି ରହିଛି । ଏପଟେ ଜର୍ଜଙ୍କ ସମର୍ଥନରେ ଅଷ୍ଟ୍ରେଲିଆର ସିଡନୀରେ ହେବାକୁ ଥିବା ବିକ୍ଷୋଭରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଛି ପୋଲିସ ।

justice to black protest, justice to black protest in australia, australia police opposes protest, australia police seeks help of supreme court, କୃଷ୍ଣକାୟଙ୍କୁ ନ୍ୟାୟ ବିକ୍ଷୋଭ, ଅଷ୍ଟ୍ରେଲିଆରେ କୃଷ୍ଣକାୟଙ୍କୁ ନ୍ୟାୟ ବିକ୍ଷୋଭ, ଅଷ୍ଟ୍ରେଲିଆ ପୋଲିସର ବିକ୍ଷୋଭକୁ ବିରୋଧ, ସୁପ୍ରିମ କୋର୍ଟର ଦ୍ବାରସ୍ଥ ଅଷ୍ଟ୍ରେଲିଆ ପୋଲିସ
କୃଷ୍ଣକାୟଙ୍କୁ ନ୍ୟାୟ ବିକ୍ଷୋଭରେ ବ୍ୟାନ ପାଇଁ ଅଷ୍ଟ୍ରେଲିଆ ପୋଲିସର ଦାବି

By

Published : Jun 5, 2020, 8:56 PM IST

ସିଡନୀ: ଆମେରିକାରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁରେ ନ୍ୟାୟ ପାଇଁ ବିକ୍ଷୋଭ । ଏପଟେ ଜର୍ଜଙ୍କ ସମର୍ଥନରେ ଅଷ୍ଟ୍ରେଲିଆର ସିଡନୀରେ ହେବାକୁ ଥିବା ବିକ୍ଷୋଭରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଛି ପୋଲିସ ।

ଏହି ବିକ୍ଷୋଭରେ ପ୍ରାୟ 10,000 ଲୋକେ ସାମିଲ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆମେରିକା ଭଳି ସମାନ ଭାବେ ଅଷ୍ଟ୍ରେଲିଆ ପୋଲିସ ହେପାଜତରେ ମଧ୍ୟ ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ କୁହୁଳୁଛି ଅଷ୍ଟ୍ରେଲିଆବାସୀଙ୍କ କ୍ରୋଧ । ତେବେ ଶନିବାର ଆୟୋଜିତ ହେବାକୁ ଥିବା ବିକ୍ଷୋଭରେ ପ୍ରଦର୍ଶନକାରୀଙ୍କୁ ମାସ୍କ ଓ ପିପିଇ ପିନ୍ଧିବା ସହ ସୁରକ୍ଷିତ ଦୂରତା ବଜାୟ ରଖିବା ପାଇଁ ଆୟୋଜକମାନେ ପରାମର୍ଶ ଦେଇଛନ୍ତି । ହେଲେ ଏହାକୁ ନ୍ୟୁ ସାଉଥ ୱେଲ୍ସ ପୋଲିସ ଓ କେନ୍ଦ୍ର ସରକାର ବେଆଇନ ବୋଲି ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି ।

ଏହା ପଛରେ କେନ୍ଦ୍ର ସରକାର ଯୁକ୍ତି ବାଢି କହିଛନ୍ତି କି ଦେଶରେ ଲକଡାଉନ କଟକଣା ଧିରେ ଧିରେ କୋହଳ କରିବାକୁ ଯାଇ ଦୋକାନ ବଜାର ଖୋଲିବା ଆରମ୍ଭ ହୋଇଛି । ବାହାରେ ପ୍ରାୟ 50 ଜଣ ଏକାଠି ହୋଇପାରିବେ ବୋଲି ଅନୁମତି ମଧ୍ୟ ମିଳିଛି । ହେଲେ ଏହି ଆନ୍ଦୋଳନ ବା ବିକ୍ଷୋଭ କୌଣସି ସ୍ବାସ୍ଥ୍ୟଗତ ସୁରକ୍ଷା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଗ୍ୟାରେଣ୍ଟି ଦେଉ ନାହିଁ । ଯାହା ଦେଶରେ ପୁଣି କୋରୋନା ବିତ୍ପାତ ସୃଷ୍ଟି କରିପାରେ ବୋଲି ଭୟ ରହିଛି ।

@IANS

ABOUT THE AUTHOR

...view details