ଓଡିଶା

odisha

ETV Bharat / international

୫୦ ସପ୍ତାହ ଜେଲରେ କାଟିବେ ୱିକିଲିକ୍ସ ସଂସ୍ଥାପକ - imprisonment

୨୦୧୨ରେ ଏକ ଜାମିନ ସର୍ତ୍ତ୍ବାବଳୀର ଉଲଘଂନ କରି ଇକ୍ବେଡର ଦୂତାବାସକୁ ପ୍ରବେଶ କରିଥିଲେ ଜୁଲଏନ ଆସେଞ୍ଜ। ଯାହା ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୪୭ ବର୍ଷୀୟ ଆସେଞ୍ଜଙ୍କୁ ଏପ୍ରିଲ ୧୧ରେ ବ୍ରିଟେନରୁ ଗିରଫ କରାଯାଇଥିଲା ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 1, 2019, 7:08 PM IST

ଲଣ୍ଡନ: ବହୁ ଚର୍ଚ୍ଚିତ ୱିକିଲିକ୍ସର ସଂସ୍ଥାପକ ଜୁଲଏନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡାଦେଶ ଦେଇଛନ୍ତି । ୭ ବର୍ଷ ପୂର୍ବେ ଅର୍ଥାତ ୨୦୧୨ରେ ଏକ ଜାମିନ ସର୍ତ୍ତ୍ବାବଳୀର ଉଲଘଂନ କରି ଇକ୍ବେଡର ଦୂତାବାସକୁ ପ୍ରବେଶ କରିଥିଲେ ସେ । ଯାହା ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୪୭ ବର୍ଷୀୟ ଆସେଞ୍ଜଙ୍କୁ ଏପ୍ରିଲ ୧୧ରେ ବ୍ରିଟେନରୁ ଗିରଫ କରାଯାଇଥିଲା ।

ଅଷ୍ଟ୍ରେଲିଆର ନାଗରିକ ଆସେଞ୍ଜ ୨୦୧୨ରୁ ଲଣ୍ଡର ସ୍ଥିତ ଇକ୍ବେଡର ଦୂତାବାସରେ ଶରଣ ନେଇ ରହୁଥିଲେ । ସ୍ବିଡେନର ୨ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଓ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ଏହି ମାମଲାରୁ ରକ୍ଷା ପାଇବା ପାଇଁ ସେ ଇକ୍ବେଡର ଦୂତାବାସରେ ଶରଣ ନେଇଥିଲେ ।

କିନ୍ତୁ ପରେ ସ୍ବିଡେନ ଆସେଞ୍ଜଙ୍କ ଉପରୁ ଯୌନ ଶୋଷଣ ସହ ଜଡିତ ମାମଲାକୁ ହଟାଇ ଦେଇଥିଲା । ଏହା ସତ୍ତ୍ବେ ସେ ଦୂତାବାସରେ ରହି ଆସୁଥିଲେ । ଏହାସହ ଜାମିନ ଶେଷ ହେବା ପରେ ଲଣ୍ଡନରେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ମଧ୍ୟ ଥିଲା । ଗତବର୍ଷ ଡିସେମ୍ବର ୧୨ରେ ତାଙ୍କୁ ଇକ୍ବେଡର ନାଗରିକତା ମିଳିଯାଇଥିଲା ।

ABOUT THE AUTHOR

...view details