ଓଡିଶା

odisha

ETV Bharat / international

ବିଶ୍ବରେ 62 ଲକ୍ଷ ପାର କଲା କୋରୋନା ସଂକ୍ରମଣ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟା ସାରା ବିଶ୍ବରେ କୋରୋନା ସଂକ୍ରମଣ 62 ଲକ୍ଷ ଟପି ଯାଇଛି । ବ୍ରାଜିଲ, ରୁଷିଆ ପରେ ଏବେ ଭାରତରେ ସଂକ୍ରମଣ ମାମଲା ସଙ୍ଗୀନ ହେବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : Jun 3, 2020, 8:10 AM IST

ବିଶ୍ବରେ 62 ଲକ୍ଷ ପାର କଲା କୋରୋନା ସଂକ୍ରମଣ
ବିଶ୍ବରେ 62 ଲକ୍ଷ ପାର କଲା କୋରୋନା ସଂକ୍ରମଣ

ଜେନିଭା: ବିଶ୍ବରେ ଅତି ସାଙ୍ଘାତିକ ହେଉଛି କୋରୋନା ଭାଇରସ ସଙ୍କଟ । ମଙ୍ଗଳବାର ସୁଦ୍ଧା ବିଶ୍ବ ବ୍ୟାପି ସଂକ୍ରମଣ 61 ଲକ୍ଷ 94 ହଜାର 533 ଟପି ଯାଇଛି । 24 ଘଣ୍ଟାରେ 1 ଲକ୍ଷ 13 ହଜାର 198 ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ 4 ହଜାର 242ରଙ୍କ ଜୀବନ ଯାଇଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

କୋରୋନା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହେଇଛି ଯୁକ୍ତରାଷ୍ଟ୍ର । ଏଠାରେ ମୋଟେ କୋରୋନା ମାମଲା 2.9 ମିଲିୟନ ରହିଛି । 1ଲକ୍ଷ 63 ହଜାର ପାର କରିଛି ମୃତ୍ୟୁ ସଂଖ୍ୟା ।

କୋରୋନା ଯୋଗୁଁ ସର୍ବାଧିକ ମୃତ୍ୟୁ ହାର ୟୁରୋପରେ 1ଲକ୍ଷ 82 ହଜାର । 2.1 ମିଲିୟନ କୋରୋନା ମାମଲା ରହିଛି । ସେହିପରି ଆଫ୍ରିକାରେ କୋରୋନାର ଠିକଣା ପାଲଟିବାରେ ଲାଗିଛି । ଏଠି ଦେଢ ଲକ୍ଷ କୋରୋନା ମାମଲା ରିପୋର୍ଟ ହୋଇଛି । ଭାଇରସ ଦ୍ବାରା 2700 ଜଣଙ୍କ ଜୀବନ ଯାଇଛି । ଦକ୍ଷିଣ ଆଫ୍ରିକାରେ ସର୍ବାଧିକ 35 ହଜାର ଅଧିକ କୋରୋନା ସଂକ୍ରମିତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାର କେପ ଟାଉନରେ 23 ହଜାର ମାମଲା ସହ ନୂଆ କୋରୋନା ହଟସ୍ପଟ ପାଲଟିଛି ।

ସେହିଭଳି ବ୍ରାଜିଲ ଓ ରୁଷ ପରେ ଭାରତ ଏବେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଦେଶରେ ଏବେ 2 ଲକ୍ଷ ଛୁଇଁଛି ସଂକ୍ରମିତ ମାମଲା । 5 ହଜାର 598 ଜଣଙ୍କ ଜୀବନ ଯାଇଛି । ଲଗାତାର 4 ଦିନ ଧରି କୋରୋନା ସଂକ୍ରମିତ ମାମଲା 8 ହଜାର ପାର କରୁଛି । 28 ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଓ ତାମିଲନାଡୁରେ ଦେଶର ସର୍ବାଧିକ ମାମଲା ରହିଛି ।

@ANI

ABOUT THE AUTHOR

...view details