ଓଡିଶା

odisha

ETV Bharat / international

WHO ର ନୂଆ ଫାଉଣ୍ଡେସନ, ଏବେ ସାଧାରଣ ଲୋକ ବି କରିପାରିବେ ଆର୍ଥିକ ସହାୟତା

ସମଗ୍ର ବିଶ୍ବରେ କୋରୋନା ବିରୋଧରେ ଲଢେଇ କରାଯାଉଛି। ଏହାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାର ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର ଏକ ନୂତନ ଫାଉଣ୍ଡେସନ ଘୋଷଣା କରିଛି।

WHO
WHO ର ନୂଆ ଫାଉଣ୍ଡେସନ

By

Published : May 28, 2020, 11:01 AM IST

ଜେନେଭା: ସମଗ୍ର ବିଶ୍ବରେ କୋରୋନା ବିରୋଧରେ ଲଢେଇ ଜାରି ରହିଛି। ଏହାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବାର ଅଭିଯୋଗର ସମ୍ମୁଖୀନ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୁଧବାର ଏକ ନୂତନ ଫାଉଣ୍ଡେସନ ଘୋଷଣା କରିଛି। ଯେକୌଣସି ମହାମାରୀର ମୁକାବିଲା ପାଇଁ ଏହି ଫାଉଣ୍ଡେସନ ଅଧୀନରେ ପାଣ୍ଠି ସଂଗ୍ରହ କରାଯିବ, ଯେଉଁଥିରେ କେବଳ ବଡ ଦେଶ ନୁହେଁ ସାଧାରଣ ଲୋକଙ୍କ ସାହାଯ୍ୟ ମଧ୍ୟ ନିଆଯିବ।

ବୁଧବାର WHO ନିର୍ଦ୍ଦେଶକ ଟେଡ୍ରୋସ୍ ଏହା ଏକ ସ୍ବାଧୀନ ସଂଗଠନ ହେବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ସଦସ୍ୟ ଦେଶ WHO କୁ ସହାୟତା ରାଶି ପ୍ରଦାନ କରୁଛନ୍ତି । ସେହି ଆଧାରରେ WHO ବିଶ୍ବ ସମ୍ମୁଖୀନ ହେଉଥିବା ଅସୁବିଧାରେ ସାହାଯ୍ୟ କରେ । ତେବେ ଆମେରିକା WHO କୁ ଦିଆଯାଇଥିବା ସହାୟତା ଅର୍ଥକୁ ବନ୍ଦ କରିଦେଇଥିଲା । ଆମେରିକା ରାଷ୍ଟ୍ରପତି WHO କୁ କୋରୋନା ଭାଇରସକୁ ଚିହ୍ନିବାରେ ବିଫଳ ହୋଇଥିବା ଅଭିଯୋଗ କରିଥିଲେ ଓ ଚୀନକୁ ସମର୍ଥନ କରିଥିବାରୁ ଏହାକୁ ସମାଲୋଚନା କରିଥିଲା।

ଏହା ବ୍ୟତୀତ ଆମେରିକାର ରାଷ୍ଟ୍ରପତି WHO ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ 30 ଦିନ ମଧ୍ୟରେ ସଂଗଠନରେ ବଡ ପରିବର୍ତ୍ତନ ଆଣିବାକୁ କହିଛନ୍ତି। ନଚେତ୍ ଆମେରିକା ଏହାର ପାଣ୍ଠିକୁ ସବୁଦିନ ପାଇଁ ବନ୍ଦ କରିବ ଓ ସଂଗଠନଠାରୁ ଅଲଗା ହେବାକୁ ଚିନ୍ତା କରିବ ।

WHO ନିକଟରେ ଏକ ବିବୃତ୍ତି କହିଛି ଯେ ଏହାର ବର୍ତ୍ତମାନର ବଜେଟ୍ ହେଉଛି 2.3 ବିଲିୟନ ଡଲାର୍, ଯାହା ବିଶ୍ବ ସଂଗଠନ ଅନୁଯାୟୀ ବହୁତ କମ୍ ଅଟେ। ସେ ଏହା ମଧ୍ୟ କହିଛି ଯେ ଆମେରିକାର ପାଣ୍ଠି ବନ୍ଦ ହୋଇଯାଇଛି ତେଣୁ ଆମକୁ ଅଧିକ ଅର୍ଥ ଆବଶ୍ୟକ ।

ଆମେରିକାର ଚାପ ପରେ ଅନେକ ଦେଶ ମଧ୍ୟ WHO ର ପରିବର୍ତ୍ତନ ପାଇଁ ଆବେଦନ କରିବା ସହିତ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ହୋଇଛି ଯେ WHO ଡିସେମ୍ବରରେ କୋରୋନା ବିଷୟରେ ଜାଣିଥିଲା, କିନ୍ତୁ ବିଶ୍ବକୁ ଚେତାବନୀ ଦେଇନଥିଲା।

ABOUT THE AUTHOR

...view details