ଲଣ୍ଡନ: ୟୁରୋପରେ କୋରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । କମିବା ଦୂର କଥା ଏହାକୁ ନିୟନ୍ତ୍ରଣ କରିବା ସେଠାକାର ସରକାରଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି । କାମ କରୁନି କୌଣସି ଲକଡାଉନ କଟକଣା । ଫେଲ ମାରୁଛି ସମସ୍ତ ଆଡଭାନ୍ସ ଚିକିତ୍ସା ପ୍ରଣାଳୀ । ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି ।
ମଙ୍ଗଳବାର ସୂଚନାନୁସାରେ ଗତ 24 ଘଣ୍ଟାରେ ୟୁକେରେ 786 ଲୋକଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ । ପୂର୍ବରୁ ଗତ ମାସ ଗୋଟିଏ ଦିନରେ 439 ଲୋକଙ୍କର କୋଭିଡ 19ରେ ମୃତ୍ୟୁ ହୋଇଥିଲା । ଏବେ ସୁଦ୍ଧା ୟୁକେରେ ମୋଟ 6159 ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏଥିରେ 55 ହଜାର 242 ଆକ୍ରାନ୍ତ ଅଛନ୍ତି ।