ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବୁଧବାର ଔପଚାରିକ ଭାବେ ନିଜ ଦ୍ବିତୀୟ ପତ୍ନୀ ମାରିନା ହ୍ବିଲରଙ୍କୁ ଛାଡପତ୍ର ଦେଇଛନ୍ତି । ମାରିନାଙ୍କୁ ବୋରିସ 1993ରେ ବିବାହ କରିଥିବା ବେଳେ ଏବେ ତାଙ୍କର ପ୍ରେମିକା ଥିବା କ୍ୟାରି ସିମୋଣ୍ଡ ଗତ ମାସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଫେବୃଆରୀ ମାସରୁ ମାରିନା ଏହାର ଶୁଣାଣି ପାଇଁ ଅପିଲ କରିଥିଲେ । ଯାହାର ରାୟ ବୋରିସଙ୍କ ନବଜାତକ ୱିଲଫ୍ରେଡ ଲରି ନିକୋଲାସ ଜନସନର ଏପ୍ରିଲ 29ରେ ଜନ୍ମ ପୂର୍ବରୁ ସଂରକ୍ଷିତ ହୋଇଥିଲା ।
ଉଭୟ ବୋରିସ ଓ ମାରିନାଙ୍କ ମଧ୍ୟରେ ଆର୍ଥିକ ବା ସମ୍ପତ୍ତିଗତ ଅସୁବିଧା ଲାଗି ରହିଥିବା ବେଳେ ଛାଡପତ୍ର ସମୟରେ ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ 4 ମିଲିୟନ ଡଲାର ନେଣଦେଣ ହୋଇପାରେ । ସେପଟେ ସୂଚନା ଅନୁଯାୟୀ 2018ରେ ଦ୍ବିତୀୟ ପତ୍ନୀଙ୍କଠାରୁ ବୋରିଶଙ୍କ ଛାଡପତ୍ର ପୂର୍ବରୁ 4ଜଣ ସନ୍ତାନ ସନ୍ତତି ରହିଥିଲେ । ସେମାନେ ହେଲେ ଲାରା ଲେଟିସ (26), ମିଲୋ ମ୍ୟାରିଡ (24), କ୍ୟାସିଆ ପିଚେସ (22) ଓ ଥିଓଡୋର ଆପୋଲୋ(20) । ଏହା ବ୍ୟତୀତ ବୋରିସଙ୍କର 2009 ମସିହାରେ ସଂସ୍କୃତି ବିଭାଗ ଉପଦେଷ୍ଟା ଷ୍ଟେଫେନିଙ୍କଠାରୁ ପଞ୍ଚମ ଶିଶୁ ଜନ୍ମ ନେଇଥିଲା ।