ଓଡିଶା

odisha

ETV Bharat / international

ସ୍ବଦେଶ ଫେରିବେ ବ୍ରିଟିଶର, ଭାରତରୁ ଉଡିବ 12 ଅତିରିକ୍ତ ଚାର୍ଟାର ବିମାନ

ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ନେବାକୁ ବ୍ରିଟେନର ପଦକ୍ଷେପ । ଭାରତରୁ ବ୍ରିଟେନକୁ ଉଡିବ 12ଟି ଅତିରିକ୍ତ ଚାର୍ଟାର୍ ବିମାନ । ଅଧିକ ପଢନ୍ତୁ...

ସ୍ବଦେଶ ଫେରିବେ ବ୍ରିଟିଶର, ଭାରତରୁ ଉଡିବ 12 ଅତିରିକ୍ତ ଚାର୍ଟାର ବିମାନ
ସ୍ବଦେଶ ଫେରିବେ ବ୍ରିଟିଶର, ଭାରତରୁ ଉଡିବ 12 ଅତିରିକ୍ତ ଚାର୍ଟାର ବିମାନ

By

Published : Apr 10, 2020, 2:58 PM IST

ଲଣ୍ଡନ: ଲକ ଡାଉନ ଯୋଗୁଁ ଭାରତରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବ ବ୍ରିଟେନ । ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଚି ଓ ତ୍ରିଭେନ୍ଦ୍ରମ ସମେତ ଦକ୍ଷିଣ ଭାରତରୁ 12ଟି ଅତିରିକ୍ତ ଚାର୍ଟାର ବିମାନ ଉଡାଣ ଭରିବାକୁ ଘୋଷଣା କରିଛି ବ୍ରିଟେନ ।

ଭାରତରେ 5000 ରୁ ଅଧିକ ବ୍ରିଟିଶ ଯାତ୍ରୀ 19 ଟି ଚାର୍ଟାର୍ ବିମାନ ଯୋଗେ ଘରକୁ ଫେରିବେ । ଯାହା ଆଜି ପାଇଁ ବୁକିଂ ଖୋଲା ଅଛି ବୋଲି କହିଛନ୍ତି ବ୍ରିଟିଶ୍ ଡି ହାଇ କମିଶନ। ପୂର୍ବରୁ 7ଟି ଚାର୍ଟାର ବିମାନ ଯୋଗେ ଗୋଆ, ମୁମ୍ବାଇ ଏବଂ ନୂଆଦିଲ୍ଲୀରୁ ଉଦ୍ଧାର କରାଯିବା ପରେ ଏପରି ଘୋଷଣା କରାଯାଇଛି ।

ଗୁରୁବାର ଗୋଆରୁ 317 ବିଟ୍ରିଶ ନାଗରିକଙ୍କ ନେଇ ପ୍ରଥମ ଚାର୍ଟାର ବିମାନ ଲଣ୍ଡନରେ ପହଞ୍ଚିଥିଲା। ଦୂତାବାସ ମଧ୍ୟ 12 ବିମାନର କାର୍ଯ୍ୟସୂଚୀ ଘୋଷଣା କରିଛି। 12 ଟି ବିମାନର ତିନୋଟି ଏପ୍ରିଲ 13,17, 19 ରେ ଅମୃତସରରୁ ଉଡ଼ାଣ କରିବ । ଏହା ସହ 15ରୁ 20 ତାରିଖ ମଧ୍ୟରେ ଗୋଟିଏ ଗୋଟିଏ ଦିନ ଗୋଆ, ଥିରୁଅନନ୍ତମପୁରମ, ହାଇଦ୍ରାବାଦ, କୋଲକାତା ଓ ଚେନ୍ନାଇରୁ ବିମାନ ଉଡିବ ।

ABOUT THE AUTHOR

...view details