ଆଙ୍କରା: ପଶ୍ଚିମ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା 39କୁ ବୃଦ୍ଧି ପାଇଛି। ଏନେଇ ତୁର୍କୀ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ସଭାପତି (AFAD) ଶନିବାର ଘୋଷଣା କରିଛି ।
ବିବୃତ୍ତିରେ କୁହାଯାଇଛି, "ମୃତ୍ୟୁ ସଂଖ୍ୟା 39 ଜଣକୁ ବୃଦ୍ଧି ପାଇଛି । ଉଦ୍ଧାରକାରୀମାନେ ଇଜମିରରେ ନଅଟି ନଷ୍ଟ ହୋଇଥିବା କୋଠାଘର ଉପରେ କାମ କରୁଛନ୍ତି।" ଭୂକମ୍ପରେ ପୂର୍ବରୁ ମୃତ୍ୟୁସଂଖ୍ୟା 37ରେ ଥିଲା ଓ 885 ଜଣ ଆହତ ହୋଇଥିଲେ। ।
ସୂଚନା ଅନୁସାରେ, ଶୁକ୍ରବାର ପଶ୍ଚିମ ତୁର୍କୀରେ 6.6 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଭୂକମ୍ପ କେନ୍ଦ୍ର ଇଜିମିର ପ୍ରଦେଶର ସେଫେରିହିସର ସହର ନିକଟ ଏଜି ସାଗରରେ ଅବସ୍ଥିତ । ଏହି ଭୂକମ୍ପ ସାମୋସ ସମେତ ନିକଟସ୍ଥ ଗ୍ରୀକ୍ ଦ୍ବୀପପୁଞ୍ଜକୁ ମଧ୍ୟ ପ୍ରଭାବିତ କରିଥିଲା ।
ଘଟଣାରେ ଉକ୍ତ ସ୍ଥାନରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ । ଗ୍ରୀକ୍ ଭୂକମ୍ପ ବିଶେଷଜ୍ଞମାନେ ଏହି ଭୂକମ୍ପର ମାତ୍ରା 6.9 ବୋଲି ଆକଳନ କରିଛନ୍ତି ।