ଓଡିଶା

odisha

By

Published : Apr 2, 2019, 11:33 PM IST

ETV Bharat / international

23 ପିଲାଙ୍କୁ ବିଷ ଦେଲେ ଶିକ୍ଷୟିତ୍ରୀ

ଚୀନରେ ଚାଞ୍ଚଲ୍ୟ । ସ୍କୁଲ ପିଲାଙ୍କୁ ବିଷ ପିଆଇଲେ ଶିକ୍ଷୟିତ୍ରୀ । କୁନି କୁନି ନିରୀହ ପିଲା ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ । ଡାକ୍ତରଙ୍କ କହିବା ଅନୁସାରେ ପିଲାମାନେ ଖାଇଥିବା ଦଲିୟାରେ ମିଶିଥାଲା ନାଇଟ୍ରେଟ । ଏଥିପାଇଁ ପିଲାଙ୍କର ବାନ୍ତି ହୋଇଥିଲା। ବର୍ତ୍ତମାନ ପୋଲିସ ହେପାଜତରେ ଶିକ୍ଷୟିତ୍ରୀ ।

ପ୍ରତିକାତ୍ମକ ଫଟୋ

ବେଜିଂ: ସ୍କୁଲ ଶିକ୍ଷୟିତ୍ରୀଙ୍କ ଅମାନବୀୟ କାଣ୍ଡ । ନିଜ ସ୍କୁଲରେ ପାଠ ପଢୁଥିବା 23 ପିଲାଙ୍କୁ ଦେଲେ ବିଷ। ଗୁରୁତର ଅବସ୍ଥାରେ ବର୍ତ୍ତମାନ ଡାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛନ୍ତି କୁନିକୁନି ନୀରିହ ପିଲା । ଏଭଳି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଚୀନର ହେନାନ ପ୍ରାନ୍ତରେ ।

ହେନାନର ଏହି ସ୍କୁଲରେ ପିଲାଙ୍କୁ ଖାଇବା ପାଇଁ ଦଲିୟା ଦିଆଯାଇଥିଲା । ଆଉ ଏହାକୁ ଖାଇବା ପରେ ଜଣେ ଛାତ୍ରୀଙ୍କ ଘରକୁ ଫୋନ ମାଧ୍ୟମରେ ଖବର ଦିଆଯାଇଥିଲା ଆପଣଙ୍କ ପିଲା ଅସୁସ୍ଥ । ତେଣୁ ସଙ୍ଗେ ସଙ୍ଗେ ଆସି ନେଇ ଯାଆନ୍ତୁ । ଆଉ ସେହି ପିଲାର ଅବିଭାବକ ଘଟଣାସ୍ଥଳରେପହଞ୍ଚି ଯାହା ଦେଖିଲେ ନିଜ ଆଖିରେ ବିଶ୍ବାସ କରି ପାରିଲେ ନାହିଁ। କାରଣ ତାଙ୍କ ପିଲା ସହ ଶ୍ରେଣୀର ଅନ୍ୟ ପିଲା ମଧ୍ୟ ଚେତା ହରାଇ ପଡିଥିଲେ । ଆଉ କିଛି ପିଲା ବାନ୍ତି କରୁଥିଲେ ।

ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖାଦ୍ୟରେ ବିଷାକ୍ତ ନାଇଟ୍ରେଟ ମିଶିଥିବା କହିଛନ୍ତି ଡାକ୍ତର। ନାଇଟ୍ରେଟ ଖାଇବା ଦ୍ବାରା ମଣିଷ ଶରୀରେ ଲିଭର ନଷ୍ଟ ହେବା ସହ ଶରୀରର ଅନେକ କ୍ଷତି ଘଟିଥାଏ । ବର୍ତ୍ତମାନ କିଛି ପିଲାଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ଆହୁରି କିଛି ପିଲାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ଚାଲିଛି । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ପୋଲିସ ପଚରାଉଚରା ଆରମ୍ଭ କରିଛି ।

For All Latest Updates

ABOUT THE AUTHOR

...view details