ଓଡିଶା

odisha

ETV Bharat / international

ଦକ୍ଷିଣ ଆଫ୍ରିକାରେ ଉଠିବ ଲକଡାଉନ, ମେ 1ରୁ ଜାରି ହେବ କର୍ଫ୍ୟୁ - କୋରୋନା ସଂକ୍ରମଣ

କୋରୋନା ସଂକ୍ରମଣ ନବ୍ୟାପିବା ପାଇଁ ଦକ୍ଷିଣ ଆଫ୍ରିକା ସରକାର ମାର୍ଚ୍ଚ 27ରୁ ସମ୍ପୂର୍ଣ୍ଣ ଦେଶରକୁ ଲକଡାଉନ କରିଥିଲେ । ତେବେ ଧିରେ ଧିରେ ଲକଡାଉନ କୋହଳ କରିବାକୁ ସରକାର ଯୋଜନା କରୁଥିବାବେଳେ ମେ 1 ରୁ କର୍ଫ୍ୟୁ ଜାରି କରିବେ ବୋଲି କହଛନ୍ତି ।

ଦକ୍ଷିଣ ଆଫ୍ରିକାରେ ଉଠିବ ଲକଡାଉନ, ମେ 1ରୁ ଜାରି ହେବ କର୍ଫ୍ୟୁ
ଦକ୍ଷିଣ ଆଫ୍ରିକାରେ ଉଠିବ ଲକଡାଉନ, ମେ 1ରୁ ଜାରି ହେବ କର୍ଫ୍ୟୁ

By

Published : Apr 26, 2020, 2:35 PM IST

ଜୋହାନ୍ସବର୍ଗ: ଲକଡାଉନକୁ ଧିରେ ଧିରେ ଉଠାଇବାକୁ ଯୋଜନା କରୁଛି ଦକ୍ଷିଣ ଆଫ୍ରିକା । ଏନେଇ ମେ ମାସ ଆରମ୍ଭରୁ ଦକ୍ଷିଣ ଆଫ୍ରିକା କର୍ଫ୍ୟୁ ଲାଗୁ କରିବ ବୋଲି ଜଣାପଡିଛି । ରାତି 8 ଟାରୁ କର୍ଫ୍ୟୁ ଆରମ୍ଭ ହୋଇ ରାତି 5 ଟା ପର୍ଯ୍ୟନ୍ତ ଚାଲିବ ବୋଲି ସରକାର ଶନିବାର ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଅଣ-କର୍ଫ୍ୟୁ ଘଣ୍ଟା ମଧ୍ୟରେ ଖାଦ୍ୟ ସାମଗ୍ରୀ ବାଣ୍ଟିବା ନେଇ ଅନୁମତି ଦିଆଯିବ ବୋଲି ଏଥିରେ କୁହାଯାଇଛି ।

ରାଜଧାନୀ ପ୍ରିଟୋରିଆରୁ ଏକ ସଂକ୍ଷିପ୍ତ ପ୍ରସାରଣରେ କୋଅପରେଟିଭ୍ ଶାସନ ଏବଂ ପାରମ୍ପାରିକ ବ୍ୟାପାର ମନ୍ତ୍ରୀ ନକୋସାଜାନା ଡାଲାମିନି-ଜୁମା କହିଛନ୍ତି ଯେ, କାମରୁ ଫେରୁଥିବା ଲୋକମାନେ ଘରେ ରହିବା ଉଚିତ୍ । ଘର ବାହାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ଏବଂ 60 ରୁ ଅଧିକ ବୟସର କର୍ମଚାରୀଙ୍କୁ ଘରୁ କାମ କରିବାକୁ ସରକାର ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି ।

ସର୍ବଭାରତୀୟ ସ୍ତରରେ ଦକ୍ଷିଣ ଆଫ୍ରିକା ପର୍ଯ୍ୟାୟକ୍ରମେ କଡା ଲକଡାଉନ ପାଳନ କରିଛି । ଯେଉଁଠାରେ ଘର ବାହାରେ ମଦ୍ୟପାନ, ସିଗାରେଟ୍ ବିକ୍ରୟ ଏବଂ ବ୍ୟାୟାମର ଅନୁମତି ମଧ୍ୟ ମିଳିନାହିଁ । ସଂକ୍ରମଣ ରୋକିବାକୁ ମାର୍ଚ୍ଚ 27ରୁ ଏଠାରେ ଲକଡାଉନ କରାଯାଇଥିଲା । ଦେଶର ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡିଥିବାବେଳେ ଚଳିତ ବର୍ଷ ଘରୋଇ ଉତ୍ପାଦରେ 6.1% ହ୍ରାସ ହେବାର ଆଶା କରାଯାଉଛି । ଏହାସହ ଦକ୍ଷିଣ ଆଫ୍ରିକା ପ୍ରକଳ୍ପଗୁଡିକ ପାଇଁ ଅର୍ଥନୈତିକ କାର୍ଯ୍ୟ ଗୋଷ୍ଠୀ ବ୍ୟବସାୟରେ 1 ମିଲିଅନ ଚାକିରି ହରାଇବା ନେଇ ଆଶା କରାଯାଉଛି ।

ମେ ୧ ତାରିଖରୁ ଖୋଲାଯାଇଥିବା ଲକଡାଉନରେ ତମାଖୁ ଦ୍ରବ୍ୟ ବିକ୍ରୟକୁ ଅନୁମତି ଦିଆଯିବ ଏବଂ ଗୋଷ୍ଠୀ କିମ୍ବା ଜିମ୍ ପରି ଅଟ୍ଟାଳିକାରେ ଉନ୍ନତ ବ୍ୟାୟାମ ପୁନଃଉତ୍ପାଦିତ ହେବ ବୋଲି ଡାଲାମିନି-ଜୁମା କହିଛନ୍ତି ।

ABOUT THE AUTHOR

...view details