ଓଡିଶା

odisha

ETV Bharat / international

ୟୁକ୍ରେନ ଆଣବିକ କେନ୍ଦ୍ରରେ ମୋବାଇଲ ନେଟୱାର୍କ-ଇଣ୍ଟରନେଟ ବନ୍ଦ କଲା ଋଷ ସେନା

ଧ୍ବଂସ ବିଧ୍ବସ୍ତ ହେବାରେ ଲାଗିଛି ୟୁକ୍ରେନ । ୟୁକ୍ରେନର ଜାପୋରୋଜାଇ NPPରେ ଋଷର ବାହିନୀ ମୋବାଇଲ ଅଫ କରିବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନର ଆଣବିକ କେନ୍ଦ୍ରରେ ମୋବାଇଲ ନେଟଓ୍ବାର୍କ ଓ ଇଣ୍ଟନେଟ ବନ୍ଦ କଲା ଋଷ ସେନା
ୟୁକ୍ରେନର ଆଣବିକ କେନ୍ଦ୍ରରେ ମୋବାଇଲ ନେଟଓ୍ବାର୍କ ଓ ଇଣ୍ଟନେଟ ବନ୍ଦ କଲା ଋଷ ସେନା

By

Published : Mar 7, 2022, 12:21 PM IST

କିଭ: ଧ୍ବଂସ ବିଧ୍ବସ୍ତ ହେବାରେ ଲାଗିଛି ୟୁକ୍ରେନ । ଋଷର ବର୍ବରୋଚିତ ଆକ୍ରମଣରେ ୟୁକ୍ରେନର ସ୍ଥିତି ବେହାଲ ହୋଇପଡିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରରେ ତାଣ୍ଡ ରଚୁଛି ଋଷିଆ । ଏହାରି ମଧ୍ୟରେ ୟୁକ୍ରେନର ଜାପୋରୋଜାଇ NPPରେ ଋଷର ବାହିନୀ ମୋବାଇଲ ଅଫ କରିବା ସହ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି । ଯାହା ଦ୍ବାରା ସାଧାରଣ ଯୋଗାଯୋଗରେ ବାଧାସୃଷ୍ଟି ହେବା ସହ ଚ୍ୟାନେଲ ମାଧ୍ୟମରେ ସୂଚନା ମିଳିପାରିବ ନାହିଁ । ଏନେଇ ଅନ୍ତର୍ଜାତୀୟ ଆଣବିକ ଶକ୍ତି କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

IAEA କହିଛି ଯେ, ଜାପୋରୋଜାଇ ଏନପିପି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ଯୋଗାଯୋଗ କରିବାରେ ୟୁକ୍ରେନ ଅଧିକାରୀମାନେ ପ୍ରମୁଖ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୟୁକ୍ରେନର ନିୟାମକ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହା ୟୁକ୍ରେନର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ସହିତ ଯୋଗାଯୋଗ ବଜାୟ ରଖିବା ପାଇଁ ଏହା ୨୪ ଘଣ୍ଟାପରେ ସକ୍ଷମ ହେବ। ଆଜି ଫୋନ, ଇମେଲ ଏବଂ ଫ୍ୟାକ୍ସ କାମ କରୁନଥିବାରୁ ଯୋଗାଯୋଗ ଛିନ୍ନ ହୋଇଥିବା IAEA ସୂଚନା ଦେଇଛି ।

ତେବେ ଯୁକ୍ରେନରେ ଜାପୋରିଜିଆ NPP ଏବେ ଋଷିଆର ଅଧିନରେ ରହିଛି । ଗତ ଶୁକ୍ରବାର ଋଷିଆ ଏହି ଆଣବିକ କେନ୍ଦ୍ରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଛି ।

ABOUT THE AUTHOR

...view details