ଓଡିଶା

odisha

ETV Bharat / international

କୋରୋନା ଟିକା ବିକାଶ କ୍ଷେତ୍ରରେ ଆଗୁଆ ଋଷ - ଋଷିଆ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋ

ଚଳିତ ମାସରେ ଟିକା ବାହାର କରିବାକୁ ଋଷିଆ ପ୍ରସ୍ତୁତ ଅଛି । ଋଷିଆ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋ ଘୋଷଣା କରିଛନ୍ତି ଯେ, ମସ୍କୋରେ ଥିବା ରାଜ୍ୟ ରିସର୍ଚ୍ଚ ପ୍ୟାସିଲିଟି ଗାମାଲେୟା ପ୍ରତିଷ୍ଠାନ ଆଡେନୋଭାଇରସ ଭିତ୍ତିକ ଟିକାର ହ୍ୟୁମାନ ଟ୍ରାଏଲ ଶେଷ କରିଛି । ଏଥିସହ ଏହି ଟିକାର ରେଜିଷ୍ଟର ପାଇଁ କାଗଜପତ୍ର କାର୍ଯ୍ୟ ଆରମ୍ଭ ହୋଇସାରିଛି।

_corona vaccine
କୋରୋନା ଟିକା ବିକଶିକ କ୍ଷେତ୍ରରେ ଆଗୁଆ ଋଷ

By

Published : Aug 2, 2020, 12:58 PM IST

ମସ୍କୋ: ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି । ଏଥିପାଇଁ ବିଶ୍ବରେ କିଏ ପ୍ରଥମେ ମାରାତ୍ମକ ଭାଇରସ ପାଇଁ ଟିକା ବାହାର କରିବା ସେଥିପାଇଁ ପ୍ରତିଯୋଗିତା ଜୋରସୋରରେ ଚାଲିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା, ମୋଡେର୍ଣ୍ଣା ଏବଂ ଭାରତର ନିଜସ୍ୱ ଭାରତ ବାୟୋଟେକ୍ ସମେତ ବହୁ ସର୍ବୋତ୍ତମ ଫାର୍ମାସ୍ୟୁଟିକାଲ୍ କୋରୋନା ଟିକା ସୃଷ୍ଟି କରିବାରେ ଲାଗିଛନ୍ତି।

ଏହି କ୍ରମରେ ଚଳିତ ମାସରେ ଟିକା ବାହାର କରିବାକୁ ଋଷିଆ ପ୍ରସ୍ତୁତ ଅଛି । ଋଷିଆ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍କୋ ଘୋଷଣା କରିଛନ୍ତି ଯେ, ମସ୍କୋରେ ଥିବା ରାଜ୍ୟ ରିସର୍ଚ୍ଚ ପ୍ୟାସିଲିଟି ଗାମାଲେୟା ପ୍ରତିଷ୍ଠାନ ଆଡେନୋଭାଇରସ ଭିତ୍ତିକ ଟିକାର ହ୍ୟୁମାନ ଟ୍ରାଏଲ ଶେଷ କରିଛି । ଏଥିସହ ଏହି ଟିକାର ରେଜିଷ୍ଟର ପାଇଁ କାଗଜପତ୍ର କାର୍ଯ୍ୟ ଆରମ୍ଭ ହୋଇସାରିଛି।

ମୁରାସ୍କୋ କହିଛନ୍ତି, ଚଳିତ ମାସରେ ଡାକ୍ତର ଏବଂ ଶିକ୍ଷକମାନଙ୍କୁ ଟୀକାକରଣ କରାଯାଉ ଥିବାବେଳେ ଅକ୍ଟୋବରରେ ବୃହତ ଟୀକାକରଣ ଆରମ୍ଭ ହେବ । ସୂଚନା ଅନୁଯାୟୀ, ଗତ ଜୁନ ମାସରେ ଋଷର 7ଟା କ୍ଲିନିକାଲ ଇନଭେଷ୍ଟିଗେସନ ସାଇଟରେ ଟିକାର କ୍ଲିନିକାଲ ଟ୍ରାଏଲ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ସେଠାରେ ଲିକ୍ୟୁଡ୍ ଏବଂ ପାଉଡର ଫର୍ମର 2 ପ୍ରକାରର ଟିକା ରିସର୍ଚ୍ଚ ଚାଲିଥିଲା । ପ୍ରାରମ୍ଭିକ କ୍ଲିନିକାଲ ପରୀକ୍ଷଣରେ 38 ଜଣଙ୍କୁ ନେଇ ଦୁଇ ପାର୍ଥୀଯୁକ୍ତ ଗ୍ରୁପ ଏଥିରେ ଅଂଶଗ୍ରହଣ କରିଥିଲେ । ଏଥିସହ ପାର୍ଥୀମାନେ ମସ୍କୋର ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଆଇସୋଲେସନରେ ଥିଲେ।

ଋଷବାସୀ ଅଗଷ୍ଟ 10-12 ସୁଦ୍ଧା ଏହି ଟିକାର ପଞ୍ଜିକୃତ ହେବ ବୋଲି ଦାବି କରିଛନ୍ତି । ଯାହା ବିଶ୍ବର ରିସର୍ଚ୍ଚରଙ୍କ ଦ୍ବାରା ଦିଆଯାଇଥିବା ସମୟ ସୀମାଠାରୁ ବହୁ ପୂର୍ବରୁ ଅଟେ। ଭାରତ ତଥା ବିଦେଶର ଅନେକ ବରିଷ୍ଠ ବୈଜ୍ଞାନିକ ଦାବି କରିଛନ୍ତି ଯେ ଏହି ଟିକା କେବଳ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଆସିପାରେ ।

ABOUT THE AUTHOR

...view details