ଓଡିଶା

odisha

ETV Bharat / international

କୋରୋନା ଯୋଦ୍ଧା ସାଜିଲେ ସ୍ବିଡେନ ରାଜକୁମାରୀ ସୋଫିଆ

ସ୍ବାସ୍ଥ୍ୟ ସେବା ସହାୟକ ହେଲେ ସ୍ବିଡେନ ରାଜକୁମାରୀ ସୋଫିଆ । ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ଥିବା ବୋଝକୁ କମ କରିବା ପାଇଁ ରାଜକୁମାରୀ ନେଇଛନ୍ତି ନିଷ୍ପତ୍ତି । ଅଧିକ ପଢ଼ନ୍ତୁ...

Princess Sofia of Sweden, Princess Sofia starts work as a healthcare assistant, taking a three-day medical course, fight against coronavirus, କୋରୋନା ଯୋଦ୍ଧା, ସ୍ବିଡେନ ରାଜକୁମାରୀ ସୋଫିଆ
କୋରୋନା ଯୋଦ୍ଧା ସାଜିଲେ ସ୍ବିଡେନ ରାଜକୁମାରୀ ସୋଫିଆ

By

Published : Apr 18, 2020, 12:04 AM IST

ହାଇଦ୍ରବାଦ: ସ୍ବିଡେନ ରାଜକୁମାରୀ ସୋଫିଆ ଶୁକ୍ରବାର ଠାରୁ ଏକ ଡାକ୍ତରଖାନାରେ କୋରୋନା ମୁକାବିଲା ପାଇଁ ଯୋଗ ଦେଇଛନ୍ତି । ରାଜକୁମାର ଫିଲିପଙ୍କୁ ବିବାହ କରିଥିବା 35 ବର୍ଷୀୟ ରାଜକୁମାରୀ ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ 3 ଦିନର ପ୍ରଶିକ୍ଷଣ ନେଇଥିଲେ ।

କୋରୋନା ଯୋଦ୍ଧା ସାଜିଲେ ସ୍ବିଡେନ ରାଜକୁମାରୀ ସୋଫିଆ
କୋରୋନା ଯୋଦ୍ଧା ସାଜିଲେ ସ୍ବିଡେନ ରାଜକୁମାରୀ ସୋଫିଆ
ସ୍ବାସ୍ଥ୍ୟ ସେବା ସହାୟକ ହେଲେ ସ୍ବିଡେନ ରାଜକୁମାରୀ ସୋଫିଆ

ଷ୍ଟକହୋମ ସ୍ଥିତ ସୋଫିଆହେମେଟ ୟୁନିଭର୍ସିଟି କଲେଜରେ ସେ ଏହି ପ୍ରଶିକ୍ଷଣ ନେଇଥିଲେ ଯେଉଁଠି ସେ ସଦସ୍ୟ ମଧ୍ୟ ଅଛନ୍ତି । ବର୍ତ୍ତମାନ ରାଜକୁମାରୀ ସ୍ବାସ୍ଥ୍ୟ ସେବା ସହାୟକ ହୋଇ ମହାମାରୀ ମୁକାବିଲା କରିବେ । ବର୍ତ୍ତମାନ ସୁଦ୍ଧା ଏହି ସ୍କାଣ୍ଡାନାଭିଆ ଦେଶରେ 11,927 ଜଣ ଆକ୍ରାନ୍ତ ହୋଇଥିବା ବେଳେ 1203 ଜଣଙ୍କର ମୃ୍ତ୍ୟୁ ହୋଇଛି ।

ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ଥିବା ବୋଝକୁ କମ କରିବା ପାଇଁ ସୋଫିଆହେମେଟ ୟୁନିଭର୍ସିଟି କଲେଜ ପ୍ରତି ସପ୍ତାହରେ 80 ଜଣଙ୍କୁ ପ୍ରଶିକ୍ଷଣ ଦେଉଛି ।

ରାଜକୁମାର କାର୍ଲ ଫିଲିପଙ୍କ ସହ ରାଜକୁମାରୀ ସୋଫିଆ

ରାଜକୁମାରୀ ନିଜେ ସ୍ବେଚ୍ଛାକୃତ ଭାବେ ଏହି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ରାଜକୀୟ କୋର୍ଟର ସୂଚନା ଓ ପ୍ରେସ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।

2015ରେ ରାଜା କାର୍ଲ ଗୁସ୍ତାଫଙ୍କ ପୁଅ ରାଜକୁମାର କାର୍ଲ ଫିଲିପଙ୍କୁ ବିବାହ କରି ପୂର୍ବତନ ମଡେଲ ସୋଫିଆ ରାଜ ପରିବାରର ସଦସ୍ୟା ହୋଇଥିଲେ ।

ABOUT THE AUTHOR

...view details