ଓଡିଶା

odisha

ETV Bharat / international

କୋଭିଡ-19 ଭ୍ୟାକ୍ସିନ ପରୀକ୍ଷଣ ପରିସର ବୃଦ୍ଧି ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ ୟୁନିଭର୍ସିଟି - ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ

ଗତ ଏପ୍ରିଲ 23ରେ କୋରୋନା ସଂକ୍ରମଣ ରୋକିବା ପାଇଁ ଭ୍ୟାକ୍ସିନ ବା ଟୀକା ପରୀକ୍ଷଣ ଆରମ୍ଭ କରିଥିଲା ଅକ୍ସଫୋର୍ଡ ୟୁନିଭର୍ସିଟି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଛୋଟ ମାନବ ଗ୍ରୁପରେ ପରୀକ୍ଷା କରାଯାଉଥିବା ବେଳେ ଆଗକୁ ଏହାର ପରୀକ୍ଷଣ ପରିସର ବୃଦ୍ଧି ପାଇଁ ପ୍ରସ୍ତୁତ ରହିଥିବା ପ୍ରକାଶ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି ।

covid-19, oxford university, vaccine by oxford university, covid-19 vaccine, କୋଭିଡ-19, ଅକ୍ସଫୋର୍ଡ ୟୁନିଭର୍ସିଟି, ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ, କୋଭିଡ-19 ଭ୍ୟାକ୍ସିନ
କୋଭିଡ-19 ଭ୍ୟାକ୍ସିନ ପରୀକ୍ଷଣ ପରିସର ବୃଦ୍ଧି ପାଇଁ ପ୍ରସ୍ତୁତ ଅକ୍ସଫୋର୍ଡ ୟୁନିଭର୍ସିଟି

By

Published : Apr 28, 2020, 11:15 PM IST

ଲଣ୍ଡନ: ଗତ ଏପ୍ରିଲ 23ରେ କୋରୋନା ସଂକ୍ରମଣ ରୋକିବା ପାଇଁ ଭ୍ୟାକ୍ସିନ ବା ଟୀକା ପରୀକ୍ଷଣ ଆରମ୍ଭ କରିଥିଲା ଅକ୍ସଫୋର୍ଡ ୟୁନିଭର୍ସିଟି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଛୋଟ ମାନବ ଗ୍ରୁପରେ ପରୀକ୍ଷା କରାଯାଉଥିବା ବେଳେ ଆଗକୁ ଏହାର ପରୀକ୍ଷଣ ପରିସର ବୃଦ୍ଧି ପାଇଁ ପ୍ରସ୍ତୁତ ରହିଥିବା ପ୍ରକାଶ କରିଛି ଅକ୍ସଫୋର୍ଡ ୟୁନିଭର୍ସିଟି । ଏନେଇ ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପ ଦ୍ବାରା ମଙ୍ଗଳବାର ଘୋଷଣା କରାଯାଇଛି ।

ଏହି ଘୋଷଣାରେ ସ୍ପଷ୍ଟ କରାଯାଇଛି କି ଯଦି ପ୍ରଥମ ପରୀକ୍ଷଣ ସଫଳ ହୁଏ ତେବେ ଏହାକୁ କେନିଆରେ ପରୀକ୍ଷା କରାଇବା ପାଇଁ କେନିଆ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ କୁହାଯିବ । ବର୍ତ୍ତମାନ ପରୀକ୍ଷଣ ହେଉଥିବା ChAdOx1 nCoV-19 ଟୀକାକୁ ଏପରି ପ୍ରସ୍ତୁତ କରାଯାଇଛି କି ଏହା ଶରୀରରେ SARS-CoV-2ର ପ୍ରବେଶକୁ ରୋକିବ । ପରିଣାମ ସ୍ବରୂପ ଏହା କୋରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ।

ତେବେ ମେ ମାସ ଶେଷ ସୁଦ୍ଧା ଏହି ଭ୍ୟାକ୍ସିନକୁ ପ୍ରାୟ 6000 ଲୋକଙ୍କ ଉପରେ ପରୀକ୍ଷା କରାଯିବା ନେଇ ଯୋଜନା ରହିଛି । ଏହି ପରୀକ୍ଷଣ ଯଦି ସଫଳ ରୁହେ ତେବେ ସେପ୍ଟେମ୍ବର ମାସ ସୁଦ୍ଧା ପ୍ରାୟ ଏକ ଲକ୍ଷ ଭ୍ୟାକ୍ସିନ ବିଶ୍ବବାସୀଙ୍କ ପାଇଁ ଉପଲବ୍ଧ ହୋଇପାରିବ । ଅନ୍ୟପଟେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍ସିନ ପ୍ରସ୍ତୁତକାରୀ ଟିମର ଏକକ ଭ୍ୟାକ୍ସିନ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ଦେଖାଇଥିଲା । ଯାହା କୋରୋନାର ଭ୍ୟାକ୍ସିନ ନିର୍ମାଣ ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନୂଆ ଆଶା ସଞ୍ଚାର କରିଛି । ସେହିପରି ସାରା ବିଶ୍ବରେ ବର୍ତ୍ତମାନ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ 70 ଗବେଷଣା ଜାରି ରହିଛି ।

ABOUT THE AUTHOR

...view details