ଓଡିଶା

odisha

ETV Bharat / international

ତୃତୀୟ ଥର ଲାଗି କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ

ପୁଣି କ୍ବାରେଣ୍ଟାଇନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । କୋଭଡି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନିଜକୁ କଲେ କ୍ବାରେଣ୍ଟାଇନ ।

ତୃତୀୟ ଥର ଲାଗି କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ
ତୃତୀୟ ଥର ଲାଗି କ୍ବାରେଣ୍ଟାଇନରେ ଇସ୍ରାଏଲ ପିଏମ

By

Published : Dec 15, 2020, 7:10 PM IST

ଜେରୁଜେଲମ: ମହାମାରୀ କୋରୋନା ସଂକ୍ରମଣ ଜେରୁଜେଲମରେ କମିବାର ନାଁ ଧରୁନି । ୟୁରୋପୀୟ ଦେଶରେ ନୂଆ ରୂପରେ ସଂକ୍ରମିତ ଚିହ୍ନଟ ହେଉଛି । ଏପରି ସ୍ଥିତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହ୍ୟୁ ତୃତୀୟ ଥର ଲାଗି କ୍ବାରେଣ୍ଟାଇନରେ ରହିଛନ୍ତି । କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେ ନିଜକୁ ଆଇସୋଲେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ରବିବାର ଓ ସୋମବାର କୋରୋନା ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ ରହିଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ 5 ଦିନ ପାଇଁ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅର୍ଥମନ୍ତ୍ରୀ ଇସ୍ରାଏଲ କାଟଜ ମଧ୍ୟ ଗତ ମଙ୍ଗଳବାର ଲିକୁଡ କୋର୍ଟର ସଭାପତି ମାଇକେଲ କ୍ଲିନରଙ୍କ ସହ ସାକ୍ଷାତ କରିଥିଲେ ।

ମହାମାରୀ ପରିସ୍ଥିତି ଏବଂ ଏହାର କ୍ରମାଗତ ବିସ୍ତାରକୁ ନେଇ ଗତ କିଛି ମାସ ମଧ୍ୟରେ ଭିଡିଓ କନଫରେନ୍ସି ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ପ୍ରକ୍ରିୟାରେ ନେତାନ୍ୟାହ୍ୟୁ ସାମିଲ ରହିଥିଲେ ।

ସେପଟେ, ଇସ୍ରାଏଲ ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ କହିଛନ୍ତି ଦେଶର କୋଭିଡ ଟୀକାକରଣ କାର୍ଯ୍ୟକ୍ରମ 27 ଡିସେମ୍ବରରେ ଆରମ୍ଭ ହୋଇପାରେ ।

ABOUT THE AUTHOR

...view details