ମେକ୍ସିକୋ: ଭାରତରେ ପ୍ରସ୍ତୁତ ପ୍ରଥମ ସ୍ବଦେଶୀ ଟିକାକୁ ମେକ୍ସିକୋର ମଞ୍ଜୁରି । ଟିକାକୁ ମଞ୍ଜୁରି ଦେବା ପୂର୍ବରୁ ଯାଞ୍ଚ କରିଥିଲା ଟେକ୍ନିକାଲ କମିଟିର ବିଶେଷଜ୍ଞ ଟିମ । ଏହା ପରେ ମେକ୍ସିକୋରେ ଏହି ଟିକାର ବ୍ୟବହାର କରାଯିବ । ଟିକାର ସମୀକ୍ଷା ପରେ ଏକ ବଡ ମନ୍ତବ୍ୟ ଦେଇଛି ବିଶେଷଜ୍ଞ ଟିମ ।
କମିଟି ଏହି ଟିକାର ଯାଞ୍ଚ କରିବା ପରେ ଅନୁମୋଦନ ପାଇଁ ଫେଡେରାଲ ମେଡିକାଲ ସୁରକ୍ଷା କମିଶନକୁ ପଠାଇଛି ।ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନକୁ ମେକ୍ସିକୋ ପଠାଯାଇଥିଲା ଭାରତ । କମିଟି ଟିକା ସମୀକ୍ଷା ପରେ ରିପୋର୍ଟରେ କୋଭାକ୍ସିନ ଟିକା 81 ପ୍ରତିଶତ ପ୍ରଭାବଶାଳୀ ରହିବ ବୋଲି କହିଛି ।
ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବିନା ଟ୍ରାଏଲରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଜାନୁଆରୀରେ 16ରେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିଲା । ଫଳରେ ଏଯାବତ 1.3 ମିଲିୟନ ଲୋକେ ଟିକା ନେଇସାରିଲେଣି ।