ଓଡିଶା

odisha

ETV Bharat / international

ମହୁମାଛିଙ୍କ ପାଇଁ ରେସ୍ତୋରାଁ, ପଢନ୍ତୁ କେଉଁଠି ଓ କାହିଁକି ...

ମହୁମାଛିଙ୍କ ପାଇଁ ଖୋଲିଲା ସବୁଠୁ ଛୋଟ ରେସ୍ତୋରାଁ । ବିଷାକ୍ତ କୀଟନାଶକ ଠାରୁ ସୁରକ୍ଷା ଦେବ ଏହି ରେସ୍ତୋରାଁ ।

By

Published : May 27, 2019, 9:52 PM IST

ପ୍ରତିକାତ୍ମ ଫଟୋ

ସ୍ବିଡେନ: ସୁ-ସ୍ବାଦୁ ଭୋଜନ ପାଇଁ ଦୁନିଆରେ ରହିଛି ଅନେକ ପ୍ରକାରର ରେସ୍ତୋରାଁ । ଆଉ ଏହି ରେସ୍ତୋରାଁକୁ କେବଳ ମଣିଷମାନେ ହିଁ ଯାଇଥାନ୍ତି । କେବେ ଶୁଣିଛନ୍ତି କି କୌଣସି ପଶୁପକ୍ଷୀ ହୁଅନ୍ତୁ କିମ୍ବା କୀଟପତଙ୍ଗ ସେମାନଙ୍କ ପାଇଁ କେବେ ରେସ୍ତୋରାଁ ଖୋଲାଯିବାର । ଆଜ୍ଞା ହଁ, ସ୍ବିଡେନରେ ଖୋଲାଯାଇଛି ମହୁମାଛିଙ୍କ ପାଇଁ ରେସ୍ତୋରାଁ । କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ । ଆଉ ଏହାକୁ ଖୋଲିଛନ୍ତି ବିଶ୍ବର ସବୁଠୁ ଲୋକପ୍ରିୟ ଫାଷ୍ଟଫୁଡ ରେସ୍ତୋରାଁ ମ୍ୟାକଡୋନାଲ୍ସ ।

ମହୁମାଛିଙ୍କ ପାଇଁ ଖୋଲାଯାଇଥିବା ଏହି ସବୁଠୁ ଛୋଟ ଆଉଟଲେଟକୁ ମଧ୍ୟ ମ୍ୟାକ ହାଇଭ ବୋଲି କୁହାଯାଇଥାଏ । ଏହାକୁ ନିର୍ମାଣ କରିବାପରେ ଗଛରେ ଭର୍ତ୍ତି ହୋଇଥିବା ବଗିଚାରେ ମଧ୍ୟରେ ରଖାଯାଇଛି । ତେବେ ମ୍ୟାକଡୋନାଲ୍ସର ଏହି ଆଉଟଲେଟକୁ ଏକ ପ୍ରଫେସନାଲ ଡିଜାଇନର ନିର୍ମାଣ କରିଛନ୍ତି । ମହୁମାଛିଙ୍କର ସମସ୍ତ ସୁବିଧାକୁ ନଜରରେ ରଖି ଏହାକୁ ଡିଜାଇନ କରାଯାଇଛି ।

ସ୍ବିଡେନରେ ମ୍ୟାକଡୋନାଲ୍ସର ମାର୍କେଟିଙ୍ଗ ଡାଇରେକ୍ଟର କ୍ରିଷ୍ଟୋଫର ରାନଓ୍ବାର୍ଲ୍ଡଙ୍କ କହିବାନୁଯାୟୀ, ଆଜିକ ଦିନରେ ଏହା ସବୁଠାରୁ ବିଚିତ୍ର ଘଟଣା । ଏହି ରେସ୍ତୋରାଁର ନିର୍ମାଣ ହେବାପରେ ସ୍ବିଡେନରେ ମହୁମାଛିଙ୍କୁ ନିଜ ଘର ତିଆରି କରିବା ପାଇଁ କୌଣସି ଅସୁବିଧା ହେବନାହିଁ । ତେବେ ସ୍ବିଡେନରେ ମହୁମାଛି ମାନଙ୍କୁ ମଣିଷଙ୍କ ଠାରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ତେବେ ୟୁରୋପୀୟ ସଙ୍ଘ ନିୟୋନୀକୋଟୀନ୍ୟାଡସ ନାମକ ଏକ କୀଟନାଶକ ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଏହି କୀଟନାଶକ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିଥାଏ ସତ, କିନ୍ତୁ ଏହା ମହୁମାଛିଙ୍କ ପାଇଁ ଅତି କ୍ଷତିକାରକ ଅଟେ । ଆଉ ମହୁମାଛି ମାନେ ଯଦି ଉକ୍ତ ଗଛ ଉପରେ ବସିଥାନ୍ତି, ତେବେ କୀଟନାଶକ ପ୍ରଭାବରେ ପ୍ରାଣ ହରାଇଥାନ୍ତି । ତେବେ ମହୁମାଛିଙ୍କୁ ବଞ୍ଚାଇବା ପାଇଁ ମ୍ୟାକଡୋନାଲ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details