ଅକଲ୍ୟାଣ୍ଡ: ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପୁଣି ଥରେ ବିପୁଳ ବହୁମତ ସହ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନ । ବିପୁଳ ବହୁମତ ସହ ତାଙ୍କର ସେଣ୍ଟର ଲେଫ୍ଟ ଲେବର ପାର୍ଟି ପୁଣି ଥରେ କ୍ଷମତାର ଦ୍ବିତୀୟ ପାଳି ଆରମ୍ଭ କରିବାକୁ ଯାଉଛି ।
କୋଭିଡ କଟକଣାକୁ ନଜରରେ ରଖି ମତଦାନ ହୋଇଥିବା ସମୁଦାୟ ଭୋଟର ମାତ୍ର ଦୁଇ ତୃତୀଆଂଶ ହିଁ ଗଣତି ହେିଇଥିଲା । ଏହି ଗଣନାରେ 49.2 ପଏଣ୍ଟ ଭୋଟ ପାଇ ସର୍ବବୃହତ ଦଳ ଭାବେ ଲେବର ପାର୍ଟି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି । ନ୍ୟୁଜିଲାଣ୍ଡ ସଂସଦରେ ମୋଟ 120 ଆସନ ଥିବା ବେଳେ 64ଟି ଆସନରେ ବିଜୟୀ ହେବା ସହ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସଫଳ ହୋଇଛି ସେଣ୍ଟର ଲେଫ୍ଟ ଲେବର ପାର୍ଟୀ । 1996 ମସିହାରେ ନ୍ୟୁଜଲ୍ୟାଣ୍ଡରେ ଆନୁପାତିକ ଭୋଟିଂ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କୌଣସି ଦଳ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବାରେ ସଫଳ ହୋଇନଥିଲେ । ଗଣତି ଶେଷ ହେବା ପୁର୍ବରୁ ପ୍ରଧାନମନ୍ତ୍ରୀ ଜସିନ୍ଦା ଆର୍ଡେନଙ୍କ ଦଳକୁ ଜନମତ ମିଳିବା ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିସାରିଥିଲା ।