ରୋମ: ଦେଶରେ ବିତ୍ପାତ ସୃଷ୍ଟି କରିଛି କୋରୋନା ମହାମାରୀ । ଭୟଙ୍କର ହେବାରେ ଲାଗିଛି ସ୍ଥିତି । ଏମିତିରେ ଅନେକ ଆକ୍ରାନ୍ତ ସରକାରୀସ୍ତରରେ ଅବହେଳାର ଅଭିଯୋଗ ଆଣିଥିବା ଦେଖିବାକୁ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ଗିୟୁସେପ୍ପେ କଣ୍ଟେଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ଇଟାଲୀର ସରକାରୀ ଓକିଲ । ଦେଶରେ ଲକଡାଉନ ଜାରି ହୋଇଥିବା ସତ୍ତ୍ବେ ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରଧାନମନ୍ତ୍ରୀଙ୍କୁ ପଚାରି ବୁଝିବେ ସରକାରୀ ଓକିଲ ।
ସୂଚନା ମୁତାବକ ସରକାରୀ ଓକିଲ ଜଣଙ୍କ ବର୍ଗାମୋରୁ ରୋମ ଯାତ୍ରା କରିଛନ୍ତି । ବର୍ଗାମୋ ବର୍ତ୍ତମାନ କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ ସହର । ତେବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଥିବାରୁ ସରକାରୀ ଅବହେଳା ନେଇ ପ୍ରାୟ 50 ଜଣ ଆକ୍ରାନ୍ତଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ସେମାନେ ଏହା ମଧ୍ୟ ଦାବି କରିଛନ୍ତି କି ଲମ୍ବାର୍ଡିର ଦୁଇଟି ସହର ଆଲଜାନୋ ଓ ନେମ୍ବ୍ରୋରେ କୋରୋନାର କାୟା ବଢି ଚାଲିଥିବାରୁ ଏହାକୁ ସରକାର ରେଡ ଜୋନ ଭାବେ ଘୋଷଣା କରିବା ଦରକାର ।