ଓଡିଶା

odisha

ETV Bharat / international

ଆଣବିକ ଶକ୍ତି କେନ୍ଦ୍ର ସୁରକ୍ଷା ପ୍ରସଙ୍ଗ: ଋଷ ଓ ୟୁକ୍ରେନ ଯିବେ IAEA ନିର୍ଦ୍ଦେଶକ - ଋଷିଆ ଓ ୟୁକ୍ରେନ ଯିବେ IAEA ନିର୍ଦ୍ଦେଶକ

ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଆଜି ୯ଦନ ପୂରିଛି । ତେବେ ଏହି ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେଉଥିବା ବେଳେ ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ରକୁ ଋଷ କବ୍‌ଜାକୁ ନେବା ପରେ ଏହାର ସୁରକ୍ଷା ନେଇ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଚିନ୍ତା ବଢି ଯାଇଛି । ଅଧିକ ପଢନ୍ତୁ

ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ସୁରକ୍ଷା ପ୍ରସଙ୍ଗ; ଋଷିଆ ଓ ୟୁକ୍ରେନ ଯିବେ IAEA ନିର୍ଦ୍ଦେଶକ
ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ର ସୁରକ୍ଷା ପ୍ରସଙ୍ଗ; ଋଷିଆ ଓ ୟୁକ୍ରେନ ଯିବେ IAEA ନିର୍ଦ୍ଦେଶକ

By

Published : Mar 4, 2022, 10:53 PM IST

ନୂଆଦିଲ୍ଲୀ:ୟୁକ୍ରେନ ଉପରେ ଋଷ ଆକ୍ରମଣକୁ ଆଜି ୯ଦନ ପୂରିଛି । ତେବେ ଏହି ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେଉଥିବା ବେଳେ ୟୁକ୍ରେନର ଜାପୋରିଜିଆ ଆଣବିକ ଶକ୍ତି କେନ୍ଦ୍ରକୁ ଋଷ କବ୍‌ଜାକୁ ନେବା ପରେ ଏହାର ସୁରକ୍ଷା ନେଇ ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଚିନ୍ତା ବଢି ଯାଇଛି । ତେବେ ଏହା ଯୁରୋପ ମହାଦେଶ ସବୁ ଠାରୁ ବଡ ଆଣବିକ ଶକ୍ତି କେନ୍ଦ୍ର ହୋଇଥିବା ବେଳେ ଋଷ ସେନା ଏହାକୁ ନିଜ କବ୍‌ଜାକୁ ନେଇଛନ୍ତି ।

ସେହିପରି ଏହାର ସୁରକ୍ଷା ନେଇ ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହି ଆଣବିକ କେନ୍ଦ୍ରରେ ଋଷିଆର ଦୌରାତ୍ମ୍ୟ ସମ୍ପର୍କରେ ଅବଗତ କରାଇଛନ୍ତି । ଏଥିସହ ଆଣବିକ ପ୍ରତିଷ୍ଠାନର ସୁରୁକ୍ଷା ସହ ବିଶ୍ବର ସୁରୁକ୍ଷା ପାଇଁ ଆମେ ଦୁଇ ଜଣ ସହମିତ ପ୍ରକାଶ କରିଛୁ ବୋଲି ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଟୁଇଟ୍‌ କରି ସୂଚନା ଦେଇଛନ୍ତି ।

ସେହିଭଳି କୌଣସି ରାଜନୈତିକ ସମ୍ପର୍କ ପରିବର୍ତ୍ତେ ମୋର ଯୁଦ୍ଧ ଭୂମି ୟୁକ୍ରେନ ରହିବା ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି(IAEA) ନିର୍ଦ୍ଦେଶକ ରାଫେଲ୍ ମାରିଆନୋ ଗ୍ରୋସି କହିଛନ୍ତି । ଏହା ସହିତ ଏହି ସମୟ ବୁଝାମଣା ପାଇଁ ନୁହେଁ ବରଂ ଋଷିଆ ଉପେର କାର୍ଯ୍ୟାନୁଷ୍ଠାନ ନେବା ଦରକାର ଅଛି ବୋଲି ସେ କହିଛନ୍ତି । ଏଥିସହ ଆଣିବିକ କେନ୍ଦ୍ରର ସୁରକ୍ଷା ଲାଗି ୟୁକ୍ରେନ ପକ୍ଷରୁ ଋଷକୁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ଗ୍ରୋସି କହିଛନ୍ତି ।

ଅନ୍ୟପଟେ ମୋର ଉଭୟ ଋଷିଆ ଓ ୟୁକ୍ରେନରେ ଉପସ୍ଥିତ ରହିବା ଆବଶ୍ୟକ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଥି ସହ ମୁଁ ଯଥା ସମ୍ଭବ ଏହି ଦୁଇ ଦେଶରେ ପହଞ୍ଚିବାକୁ ଚେଷ୍ଟା କରୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର(IAEA) ନିର୍ଦ୍ଦେଶକ ରାଫେଲ୍ ମାରିଆନୋ ଗ୍ରୋସି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details