ଓଡିଶା

odisha

ETV Bharat / international

ବତକ ମୁଣ୍ଡକୁ ତୀର ମାଡ, ତିନି ମାସ ପରେ ଉଦ୍ଧାର

ତିନି ଜଣ ଉଦ୍ଧାରକାରୀ ଚେକ ରିପବ୍ଲିକର ପିଲସେନର ରାଡବୁଜ ନଦୀରେ କ୍ରସବୋ(ଏକ ତୀର ଚାଳନା ଧନୁଶର) ଦ୍ବାରା ତୀର ମାଡ ହୋଇଥିବା ଏକ ବତକକୁ ଦେଖିବାକୁ ପାଇଥିଲେ । ଏହାପରେ ବତକକୁ ଧରିବା ପାଇଁ ଅନେକ ପ୍ରୟାସ କରାୟାଇଥିଲା । ଶେଷରେ ଏହି ଉଦ୍ଧାରକାରୀ ଦଳ ହାବୁଡେ ପଡିଥିଲା ବତକ । ଶେଷରେ ବତକକୁ ଉଦ୍ଧାର କରାଯାଇଛି ତୀର ଟିକୁ କାଢି ଦିଆଯାଇଛି । ଦୀର୍ଘ ତିନି ମାସ ଧରି ତୀର ସହ ବଞ୍ଚିଥିଲା ବତକ ।

ବତକ ମୁଣ୍ଡକୁ ତୀର ମାଡ
ବତକ ମୁଣ୍ଡକୁ ତୀର ମାଡ

By

Published : Jul 16, 2020, 4:13 PM IST

ପାରାଗୁଏ: ପଶୁ ମାନଙ୍କ ପ୍ରତି ଅଧିକ ହ୍ରିଂସ ଆଚରଣ ମଣିଷର ଆଦିମ ପ୍ରକୃତି । ପଶୁ, ପ୍ରକୃତି, ପରିବେଶ ଉପରେ କ୍ରମଶଃ ମନୁଷ୍ୟର ନୃଶଂସପଣିଆର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପଶୁମାନଙ୍କ ପ୍ରତି ମନୁଷ୍ୟର ହୀନପ୍ରକୃତିର ଉଦାହରଣ ନିକଟ ସମୟରେ ସମଗ୍ର ଦେଶରରେ ଆଲୋଡନ ସୃଷ୍ଟି କରିଥିଲା । ଏମିତି କୌଣସି ମଣିଷର ହିଂସ୍ରତାର ଶିକାର ହୋଇଥିବ ଏକ ବତକର ମୁଣ୍ଡରେ ଏକ ତୀକ୍ଷ୍ଣ ତୀର ଭେଦ କରିଥିଲା । ଦୀର୍ଘ ତିନି ମାସ ପରେ ଶେଷରେ ବତକ ମୁଣ୍ଡର ଆରପାର ହୋଇଥିବା ତୀରକୁ ବାହାର କରାଯାଇଛି । ବତକକୁ ନୂଆ ଜୀବନ ମିଳିଛି ।

ବତକ ମୁଣ୍ଡକୁ ତୀର ମାଡ, ତିନି ମାସ ପରେ ଉଦ୍ଧାର

ସୂଚନା ଅନୁଯାୟୀ, ତିନି ଜଣ ଉଦ୍ଧାରକାରୀ ଚେକ ରିପବ୍ଲିକର ପିଲସେନର ରାଡବୁଜ ନଦୀରେ କ୍ରସବୋ(ଏକ ତୀର ଚାଳନା ଧନୁଶର) ଦ୍ବାରା ତୀର ମାଡ ହୋଇଥିବା ଏକ ବତକକୁ ଦେଖିବାକୁ ପାଇଥିଲେ । ଏହାପରେ ବତକକୁ ଧରିବା ପାଇଁ ଅନେକ ପ୍ରୟାସ କରାୟାଇଥିଲା । ଶେଷରେ ଏହି ଉଦ୍ଧାରକାରୀ ଦଳ ହାବୁଡେ ପଡିଥିଲା ବତକ । ଶେଷରେ ବତକକୁ ଉଦ୍ଧାର କରାଯାଇଛି ତୀର ଟିକୁ କାଢି ଦିଆଯାଇଛି । ଦୀର୍ଘ ତିନି ମାସ ଧରି ତୀର ସହ ବଞ୍ଚିଥିଲା ବତକ ।

ବତକ ମୁଣ୍ଡକୁ ତୀର ମାଡ, ତିନି ମାସ ପରେ ଉଦ୍ଧାର

ଏହି ଘଟଣାକୁ ନେଇ ସହର ଆନିମଲ ରେସ୍କ୍ୟୁ ସେଣ୍ଟର ମୁଖ୍ୟ କାର୍ଲେ ମାକନ୍ ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ସହ ଆଲୋଚନରେ କହିଛନ୍ତି ଯେ, ଉଦ୍ଧାରକାରୀମାନେ ପ୍ରଥମ ଥର ପାଇଁ ଏପ୍ରିଲରେ ବତକକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କରେଲ ଆହୁରି ମଧ୍ୟ କହିଛନ୍ତି ଯେ, ତଥାପି, ଏପ୍ରିଲରେ ମିଶନ୍ ବୃଥା ଯାଇଥିଲା, କାରଣ ବତକ ସବୁବେଳେ ଉଡ଼ିଯାଉଥିଲା ଏବଂ ସେ ଧରା ଦେଉନଥିଲା । ଶେଷରେ ଏବେ ବତକଟିକୁ ଧରିବାରେ ସଫଳ ହୋଇଥିଲା ।

ବତକ ମୁଣ୍ଡକୁ ତୀର ମାଡ, ତିନି ମାସ ପରେ ଉଦ୍ଧାର

ବତକଟିର ବେକ ମଧ୍ୟ ଦେଇ ଏକ ଷ୍ଟିଲ ନିର୍ମିତ ତୀର ଆର ପାର ହୋଇଯାଇଥିଲା । ଏହାସହ ବତକଟିର ପର ମଧ୍ୟ ଝଡିଯାଇଥିଲା । ନୂଆ ପର ନଆସିବା ପର୍ଯ୍ୟନ୍ତ ସେ ଉଡିପାରିବନାହିଁ । ଏହାର ଫାଇଦା ନେଇ ବର୍ତ୍ତମାନ ବତକଟିକୁ ଧରିବା ସହ ତୀରଟିକୁ ବାହାର କରାଯାଇଥିଲା ।

ପଶୁ ଚିକିତ୍ସାଳୟ କେନ୍ଦ୍ର ସୂଚନା ଦେଇଛି ଯେ ତୀରଟି ଯତ୍ନର ସହ ହଟାଯିବା ପୂର୍ବରୁ ବତକଟିର ଏକ୍ସ-ରେ କରାଯାଇଥିଲା । ପରେ ସଫଳ ଭାବେ ଅପରେସନ କରି ତୀର ବାହାର କରି ପୂର୍ବବତ ବତକଟିକୁ ନଦୀରେ ଛାଡି ଦିଆଯାଇଛି ।

ବତକଟିକୁ ତୀର ମାରିଥିବା ଲୋକଙ୍କୁ ପୋଲିସ ଖୋଜୁଥିବା ସୂଚନା ରହିଛି ।

ABOUT THE AUTHOR

...view details