ଓଡିଶା

odisha

ETV Bharat / international

କୋରୋନା ପରେ ୟୁରୋପିଆନ ସମ୍ମିଳନୀ ବାଧା, ଅଟକିଲା ପ୍ରଧାନମନ୍ତ୍ରୀଙ୍କ ବିବାହ

ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ୍ ତୃତୀୟ ଥର ପାଇଁ ନିଜ ବିବାହ ଘୁଞ୍ଚାଇଛନ୍ତି । ୟୁରୋପିଆନ ସମ୍ମିଳନୀ ପାଇଁ ବାଧ୍ୟ ହୋଇ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପରେ ୟୁରୋପିଆନ ସମ୍ମିଳନୀ ବାଧା, ଅଟକିଲା ପ୍ରଧାନମନ୍ତ୍ରୀଙ୍କ ବିବାହ
କୋରୋନା ପରେ ୟୁରୋପିଆନ ସମ୍ମିଳନୀ ବାଧା, ଅଟକିଲା ପ୍ରଧାନମନ୍ତ୍ରୀଙ୍କ ବିବାହ

By

Published : Jun 27, 2020, 6:21 AM IST

କୋପେନହାଗେନ(ଡେନମାର୍କ): ପ୍ରଥମେ କୋରୋନା, ଆଉ ଏବେ ପେସାଦାର ଜୀବନ । ଏସବୁ ଭିତରେ ଫସିଯାଇଛି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବିବାହ । ପୂର୍ବରୁ 2 ଥର ବାତିଲ ହୋଇଥିବା ବାହାଘର ଏବେ ୟୁରୋପିଆନ ୟୁନିଅନ ସମ୍ମିଳନୀ ପାଇଁ ପୁଣି ଘୁଞ୍ଚିଛି ।

ଖବର ଅନୁସାରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ୍ ତୃତୀୟ ଥର ପାଇଁ ନିଜ ବିବାହ ଘୁଞ୍ଚାଇଛନ୍ତି । ୟୁରୋପିଆନ ସମ୍ମିଳନୀ ପାଇଁ ବାଧ୍ୟ ହୋଇ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । କୋରୋନା ମହାମାରୀରେ ଅନେକ ବିବାହ ବାତିଲ ହୋଇଛି । ଲକଡାଉନରେ କିଛି ଲୋକ ନିଜ ଘରେ ସୁରକ୍ଷା ପଦକ୍ଷେପ ନେଇ ବିବାହ କରିଥିବାବେଳେ ବାକି କିଛି ପଛରେ କରିବା ପାଇଁ ତାରିଖ ଘୁଞ୍ଚାଇଛନ୍ତି । ଏମାନଙ୍କ ମଧ୍ୟରେ ସାଧାରଣ ଜନତାଠାରୁ ରାଜନେତା ମଧ୍ୟ ରହିଛନ୍ତି । ଆଉ ମେଟ୍ଟେ ଏମାନଙ୍କ ଭିତରେ ଅନ୍ୟତମ ।

ନିଜ ଭାବୀ ପତିଙ୍କ ସମ୍ପର୍କରେ ସେ କହିଛନ୍ତି ଯେ ଏପରି ଚତ୍ମକାର ବ୍ୟକ୍ତିଙ୍କୁ ବିବାହ କରିବାକୁ ତାଙ୍କର ଖୁବ୍ ଇଚ୍ଛା ଥିଲା । ବହୁତ ଦିନରୁ ଏଥିପାଇଁ ଅନେକ ପ୍ରୟାସ ଚାଲିଥିଲା । ଆଗରୁ ଅନେକ ଥର ବିଫଳ ହୋଇଥିବାବେଳେ ଏଥର ମଧ୍ୟ ପୁଣି ବାତିଲ କରିବାକୁ ପଡିଛି । ବ୍ରୁସେଲ୍ସରେ ୟୁରୋପିଆନ ୟୁନିଅନର ସମ୍ମିଳନୀ ସେହି ଦିନ ଆୟୋଜନ ହେବାକୁ ଯାଉଛି ଯେଉଁଦିନ ତାଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇଛି । ତେବେ ରାଷ୍ଟ୍ର ସବୁବେଳେ ତାଙ୍କ ପାଇଁ ପ୍ରାଥମିକତା ଏବଂ ସେଥିପାଇଁ ବିବାହକୁ ତୃତୀୟ ଥର ଘୁଞ୍ଚାଯାଇଛି ବୋଲି ନିଜ ଫେସବୁକରେ ମେଟ୍ଟେ ପ୍ରକାଶ କରିଛନ୍ତି ।

ଖୁବଶିଘ୍ର ସେ ପୁଣି ବିବାହ କରିବେ ବୋଲି ଆଶା ରଖିଛନ୍ତି । ତାଙ୍କ ଭାବୀ ପତି ବୋଙ୍କ ମ୍ୟାରେଜ ପ୍ରୋପଜାଲ ସେ ଗ୍ରହଣ କରିବା ସହ ତାଙ୍କୁ ହଁ କହିବାକୁ ଉତ୍ସାହିତ ଅଛନ୍ତି ବୋଲି ମେଟ୍ଟେ କହିଛନ୍ତି । ପ୍ରକାଶ ଥାଉ କି ଜୁଲାଇ 17-18ରେ ଏହି ୟୁରୋପିଆନ କାଉନସିଲର ବୈଠକ ଆୟୋଜିତ ହେବ । ଏଥିରେ 27ଟି ୟୁରୋପ ଦେଶର ମୁଖ୍ୟ ଯୋଗ ଦେବେ । କୋରୋନା ପରିସ୍ଥିତି ପରେ ଏହି ଭର୍ଚୁଆଲ ସମ୍ମିଳନୀରେ ପ୍ରଥମ ଥର ସମସ୍ତ ୟୁରୋପିଆନ ନେତା ଏକାଠି ହେବେ । ୟୁରୋପରେ ଏହାର ପ୍ରଭାବ ଏବଂ ମୁକାବିଲା ସହ ଆର୍ଥିକ ସ୍ଥିତି ସୁଧାରିବା ଉପରେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି ।

ABOUT THE AUTHOR

...view details