ଓଡିଶା

odisha

କୋରୋନାରେ ଆଖିବୁଜିଲା ଦମ୍ପତିଙ୍କ ପ୍ରେମ

By

Published : Mar 26, 2020, 2:56 PM IST

ଧୀରେଧୀରେ କରି ଅନେକ ଲୋକଙ୍କ ଜୀବନ ନେଲାଣି କୋରୋନା ଭାଇରସ । କାଳ ସାଜିଛି ମହାମାରୀ କୋରୋନା। ଏହି ସମୟରେ ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ହୃଦୟ ବିଦାରକ । ପ୍ରାୟ 140 ଜଣ କୋରୋନା ରୋଗୀଙ୍କ ଚିକିତ୍ସା କରି ଶେଷରେ ଆଖି ବୁଜିଛନ୍ତି ଦମ୍ପତି । ଯାହାଙ୍କ ଶେଷ ଦେଖାର ଫଟୋ ସମସ୍ତଙ୍କୁ କରିଦେବ ଭାବବିହ୍ବଳ । ଅଧିକ ପଢନ୍ତୁ...

doctor couple
ଫଟୋ ସୌଜନ୍ୟLଫେସବୁକ

ମୁମ୍ବାଇ:‘ଏ ମର ଜଗତରେ ମରେ ମଣିଷ, ହେଲେ ପ୍ରେମର ସରେନି ଆୟୁଷ। ପ୍ରେମ ସବୁବେଳେ ବଞ୍ଚି ରୁହେ, ହେଲେ ହାରିଯାଆନ୍ତି ପ୍ରେମୀଯୁଗଳ।’ ଏମିତି ଏକ କାହାଣୀ ସମସ୍ତଙ୍କ ଆଖିରେ ଆଣିଦେଇଛି ଲୁହ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଫଟୋ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଯାହାକୁ ଦେଖି କେହି ନିଜ ଲୁହ ରୋକିପାରୁନାହାଁନ୍ତି। ଫଟୋରେ ଇଟାଲୀର ଡାକ୍ତର ଦମ୍ପତିଙ୍କ ଦୁଃଖଭରା ପ୍ରେମକାହାଣୀ ସମସ୍ତଙ୍କୁ ନିରାଶ କରିଦେଇଛି।

ଆଜ୍ଞା ହଁ, ଆଜି ମଧ୍ୟ ଦୁନିଆରେ ପ୍ରକୃତ ପ୍ରେମ ବଞ୍ଚି ରହିଛି। କାରଣ ଏହା ସାବ୍ୟସ୍ତ କରିଛନ୍ତି ଇଟାଲୀର ଏହି ଦମ୍ପତି। ଯିଏ 134 କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରିଥିଲେ। ହେଲେ ଚିକିତ୍ସା କରି ଅନ୍ୟଙ୍କ ଜୀବନ ବଞ୍ଚାଇ ପରିଶେଷରେ ଦୁହେଁ ଦୁନିଆ ଛାଡି ଚାଲିଯାଇଛନ୍ତି। ଯାହା ସମସ୍ତଙ୍କୁ ଶକ୍ତ ଧକ୍କା ଦେଇଛି ।

ମରିବା ପୂର୍ବରୁ ପତି-ପତ୍ନୀ ପରସ୍ପରକୁ ଶେଷଥର ଆଲିଙ୍ଗନ କରିବା ସହ କିସ୍ କରିଥିଲେ। ପ୍ରକାଶ ଥାଉକି ଯେବେ ଦୁଇଜଣଙ୍କ ଟେଷ୍ଟ ପଜେଟିଭ ବାହାରିଲା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ରୁମରେ ପତି-ପତ୍ନୀଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଆଉ ଯେତେବେଳେ ଅନୁଭବ କଲେ ଏହି ସଂକ୍ରମଣରୁ ସେ ବଞ୍ଚିପାରିବେ ନାହିଁ ଦୁଇଜଣ ସାକ୍ଷାତ କରି ଗୋଟିଏ ରୁମରେ ପରସ୍ପର ସହ କିଛି ମୂହୁର୍ତ୍ତ ବିତାଇଥିଲେ। କିଛି ସମୟ ପରସ୍ପରକୁ ଅନାଇ ରହିଥିବା ଯୋଡି ଦେଖାହେବାର ମାତ୍ର ଅଧଘଣ୍ଟା ମଧ୍ୟରେ ଆଖି ବୁଜିଥିଲେ। ଯାହାକୁ ନେଇ ସାରାଦୁନିଆ ସ୍ତବ୍ଧ ।

ABOUT THE AUTHOR

...view details