ଓଡିଶା

odisha

କୋରୋନା ବିତ୍ପାତ: ବିଶ୍ବରେ 43 ହଜାର, ୟୁଏସରେ 4081 ମୃତ୍ୟୁ ରିପୋର୍ଟ

By

Published : Apr 1, 2020, 5:25 PM IST

ୟୁରୋପରେ କୋରନାରେ ମୃତ୍ୟୁ ରିପୋର୍ଟ 29,305 ରହିିଛି । ଇଟାଲୀ 12,428, ସ୍ପେନ୍ 9053 ଏବଂ ଚୀନ୍ 3,305, ଇରାନ 3036 ମୃତ୍ୟୁ ରେକର୍ଡ ହୋଇଛି । ଏହାସହ ଆମେରିକାରେ 4081 ମୃତ୍ୟୁ ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ବ ଏବେ କୋରୋନା ଆତଙ୍କରେ ଆତଙ୍କିତ । ଦିନକୁ ଦିନ କୋରୋନା ସଂକ୍ରମଣ ରିପୋର୍ଟ ହୁ ହୁ ହୋଇ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ । ଏପରିସ୍ଥଳେ ଇଟାଲୀ, ଫ୍ରାନ୍ସ ଓ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ କୋରୋନା ପ୍ରକୋପ ଚରମ ସୀମା ଆଡକୁ ଗତି କରୁଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସଦ୍ୟ ରିପୋର୍ଟ ଅନୁସାରେ । କୋଭିଡ-19 ସଂକ୍ରମଣରେ ଆମେରିକା 189633 ମମଲା ସହ ସର୍ବାଗ୍ରେ ରହିଛି । ସେହିଭଳି ସମଗ୍ର ବିଶ୍ବରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା 43288ରେ ପହଞ୍ଚିଛି ।

ୟୁରୋପରେ 29,305, ଇଟାଲୀ 12,428, ସ୍ପେନ୍ 9053 ଏବଂ ଚୀନ୍ 3,305, ଇରାନ 3036 ମୃତ୍ୟୁ ରେକର୍ଡ ହୋଇଛି । ଏହାସହ ଆମେରିକାରେ 4081 ମୃତ୍ୟୁ ରେକର୍ଡ ହୋଇଛି । 7136 ଜଣ କୋରୋନା କବଳରୁ ମୁକ୍ତ ହୋଇଛନ୍ତି । ନ୍ୟୁୟର୍କରେ ବୁଧବାର ମୃତ୍ୟୁ ରିପୋର୍ଟକୁ ମିଶାଇ ମୋଟ ମୃତ୍ୟୁ 1096ରେ ପହଞ୍ଚିଛି । ୟୁରୋପରେ ପ୍ରାୟ ତିନି-ଚତୁର୍ଥାଂଶ ମୃତ୍ୟୁ ସହ କୋରୋନାଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା ବିଶ୍ବରେ 43288ରେ ପହଞ୍ଚିଛି ।

ଡିସେମ୍ବରରେ ଚାଇନାରେ ଏହି ଭାଇରସ ବ୍ୟାପିବା ପର ଠାରୁ 873767 ବିଶ୍ବର ସଂକ୍ରମଣ ରିପୋର୍ଟ ରହିଛି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ୟୁରୋପରେ ଅଛନ୍ତି, ଯାହାର 440,928 ରହିଛନ୍ତି । ସେହପରି ବିଶ୍ବରେ ମୋଟ 184771 ଜଣ କୋରୋନା କବଳରୁ ଆରୋଗ୍ୟ ଲାଭ କରିଛନ୍ତି ।

ABOUT THE AUTHOR

...view details