ଓଡିଶା

odisha

ETV Bharat / international

ବିଶ୍ବରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି: WHO - କୋରୋନା ଭାଇରସ ନ୍ୟୁଜ୍‌

ବିଶ୍ବରେ ଅର୍ଦ୍ଧାଧିକ ସ୍ଥାନରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଅନେକ ସ୍ଥାନରେ ଏବେ ବି ସ୍ଥିତି ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ନଚେତ୍‌ ଆଗକୁ ପରିଣାମ ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ ।

worldwide corona situation, worldwide corona update, world health organisation report, world healthorganisation, coronavirus news, corona pandemic, ବିଶ୍ବରେ କୋରୋନା ସ୍ଥିତି, ବିଶ୍ବରେ କୋରୋନା ଅପଡେଟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, କୋରୋନା ଭାଇରସ ନ୍ୟୁଜ୍‌, କୋରୋନା ମହାମାରୀ
ବିଶ୍ବରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି: WHO

By

Published : Jul 11, 2020, 6:46 PM IST

ଜେନିଭା: ବିଶ୍ବରେ ଅର୍ଦ୍ଧାଧିକ ସ୍ଥାନରେ ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଅନେକ ସ୍ଥାନରେ ଏବେ ବି ସ୍ଥିତି ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ନଚେତ୍‌ ଆଗକୁ ପରିଣାମ ଭୟଙ୍କର ହେବ ଏଥିରେ ସନ୍ଦେହ ନାହିଁ । ଏପରି କିଛି ମନ୍ତବ୍ୟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) । ଏଥିସହ ଡବ୍ଲୁଏଚଓ ଏହା ମଧ୍ୟ କହିଛି କି ବିଶ୍ବରେ ଅନେକ ରାଷ୍ଟ୍ରଙ୍କର ଲଗାତାର ଚେଷ୍ଟା ସତ୍ତ୍ବେ ସ୍ଥିତି ନିୟନ୍ତ୍ରଣାଧିନ ହୋଇପାରିନାହିଁ ।

ଶୁକ୍ରବାର ଦୈନିକ ବିବରଣୀ ଦେବା ସମୟରେ ଡବ୍ଲୁଏଚଓ ସାଧାରଣ ନିର୍ଦ୍ଦେଶକ ଟେଡ୍ରୋସ ଆଢାନୋମ ଘେବ୍ରେୟେସସ୍‌ ଏକଥା ସ୍ପଷ୍ଟ କରିଥିଲେ । ସେ କହିଥିଲେ କି ବିଶ୍ବରେ କୋରୋନା ସ୍ଥିତି ନିୟନ୍ତ୍ରଣ ନେଇ ଚେଷ୍ଟା ଚାଲିଥିବା ସତ୍ତ୍ବେ ଅନେକ ବିକାଶଶୀଳ ଦେଶରେ ଏବେ ବି ସ୍ଥିତି ଭୟଙ୍କର ରହିଛି । ଅନେକ ବିକଶିତ ରାଷ୍ଟ୍ରରେ ସମସ୍ତ ସୁବିଧା ଥାଇ ମଧ୍ୟ ସ୍ଥିତି ଅନିୟନ୍ତ୍ରିତ ରହିଥିବା ବେଳେ ଯେଉଁ ରାଷ୍ଟ୍ରମାନେ ସଫଳତା ନେଇ ଦାବି କରିଛନ୍ତି ତାହା ସାମାନ୍ୟ ସଫଳତା ବୋଲି ଡବ୍ଲୁଏଚଓ ପ୍ରକାଶ କରିଛି । ତେଣୁ କୁହାଯାଇପାରେ କି ବିଶ୍ବରେ ଅର୍ଦ୍ଧାଧିକ ସ୍ଥାନରେ ଏବେ ବି ସ୍ଥିତି ଖରାପ ରହିଛି । ଯାହା ଦିନକୁ ଦିନ ଅଧିକ ଭୟଙ୍କର ଆଡକୁ ଗତି କରୁଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଏହା ମଧ୍ୟ କହିଛନ୍ତି କି ମହାମାରୀର କାୟା ଏବେ ବି ବ୍ୟାପିବାରେ ଲାଗିଛି । କାରଣ ବିଶ୍ବବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ 6 ସପ୍ତାହ ମଧ୍ୟରେ ଦ୍ବିଗୁଣିତ ହୋଇଛି । ସେପଟେ ଜନ୍ସ ହପକିନ୍ସ ୟୁନିଭର୍ସିଟିର ରେକର୍ଡ ମୁତାବକ ଶନିବାର ସୁଦ୍ଧା ବିଶ୍ବବ୍ୟାପୀ ମୋଟ କୋରୋନା ଆକ୍ରାନ୍ତ ସଂଖ୍ୟା 12,507,849ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 5,60,460ରେ ପହଞ୍ଚିଥିବା ଜଣା ପଡିଛି ।

ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ଏହିକ୍ରମରେ ଆମେରିକାରେ ମୋଟ ଆକ୍ରାନ୍ତ ସଂଖ୍ୟା 3,182,385ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 134,037 ରେ ପହଞ୍ଚିଥିବା ଜଣା ପଡିଛି । ଏହା ପରେ ପରେ 1,800,827 ଜଣ ଆକ୍ରାନ୍ତଙ୍କ ସମେତ 70,398ଜଣଙ୍କ ମୃତ୍ୟୁ ସହ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ ।

@IANS

ABOUT THE AUTHOR

...view details