ଲଣ୍ଡନ: କୋରୋନା ମୁକାବିଲାରେ ଅନେକ ବିଦେଶୀ ନାଗରିକ ଆଗଧାଡିରେ ଦାୟିତ୍ବ ତୁଲାଉଥିବା ବେଳେ ଏମାନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଥିଲା ୟୁକେ । ଗୃହ ସଚିବ ପ୍ରୀତି ପଟେଲ ଏନେଇ କହିଥିଲେ କି ଏହି ବିଦେଶୀ କର୍ମୀମାନଙ୍କୁ ଦେଶର ସେବା ପାଇଁ ପୁରସ୍କାର ସ୍ବରୂପ ୟୁକେରେ ନାଗରିକତ୍ବ ପ୍ରଦାନ କରାଯିବ । ହେଲେ ଏହି ପ୍ରସଙ୍ଗରେ ଶନିବାର ପୁଣି ମୁହଁ ଖୋଲିଛନ୍ତି ପ୍ରୀତି ।
ସେ କହିଛନ୍ତି କି କୋରୋନା ମୁକାବିଲା ପାଇଁ ଅନେକ ବିଦେଶୀ ସ୍ବାସ୍ଥ୍ୟ କର୍ମଚାରୀ ନିଜ ସମୟ ଦେଇଛନ୍ତି । ଦେଶ ସେମାନଙ୍କ କର୍ତ୍ତବ୍ୟନିଷ୍ଠକୁ ସମ୍ମାନ ଦେଇ ସେମାନଙ୍କୁ ସୁବିଧା ସ୍ବରୂପ ବାର୍ଷିକ ସ୍ବାସ୍ଥ୍ୟ ସୁବିଧା ଆକାରରେ 400 ପାଉଣ୍ଡ ପ୍ରଦାନ କରୁଛି । ହେଲେ ଏହି ସୁବିଧା ପ୍ରତିବଦଳରେ ଦେଶ ସେମାନଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଚିନ୍ତା କରୁଛି । ଶୁକ୍ରବାର ଦୈନିକ ବିବରଣୀ ଦେବା ସମୟରେ ଏହି ପ୍ରସଙ୍ଗକୁ ନେଇ ପଚରା ଯିବାରୁ ସେ ବିଷୟରୁ ଓହରି ଅନ୍ୟ ଦିଗକୁ ଦୃଷ୍ଟି ଆକର୍ଷଣ କରିଥିଲେ ।