ଲଣ୍ଡନ : ସାରା ବିଶ୍ବରେ କୋରୋନ ତାଣ୍ଡବ ଜାରି ରହିଛି । ଆମେରିକା ପରେ ୟୁରୋପ ମହାଦେଶରେ କୋରୋନା ପ୍ରଭାବ ସର୍ବାଧିକ ରହିଛି । ସ୍ପେନ, ଫ୍ରାନ୍ସ, ଇଟାଲୀ, ବ୍ରିଟେନ କୋରୋନା ବିରୋଧୀ ଲଢେଇ ଜାରି ରଖିଛନ୍ତି । କୋରୋନା ଯୁଦ୍ଧରେ ବିଜୟ ପାଇଁ ନିଜ ନିଜ ଦେଶର ସରକାରଙ୍କୁ ସହାୟତା କରୁଛନ୍ତି ଆବାଳବୃଦ୍ଧ ବନିତା । ଏପରିସ୍ଥଳେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ 99 ବର୍ଷିୟ ବୃଦ୍ଧ । ଜଣେ ସୈନିକ ହିସାବରେ ଦେଶ ପାଇଁ ଯୁଦ୍ଧ ଲଢିଥିବା ଏହି ଭେଟରାନ ସୈନିକ 239 କୋଟି ବ୍ରିଟେନରେ କୋରୋନା ଭାଇରସ ସହ ଲଢୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଯୋଗାଡ କରିଛନ୍ତି ।
99 ବର୍ଷିୟ ବ୍ରିଟିଶ ସେନାର ଭେଟେରାନ କ୍ୟାପଟେନ ଟମ ମୋରେ ବର୍ତ୍ତମାନ 100 ଥର ଚାଲିବା କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଯାହା ଦ୍ବାରା ସ୍ବାସ୍ଥ୍ୟ ସେବା ପାଇଁ ତାଙ୍କୁ 25 ମିଲିୟନ ପାଉଣ୍ଡରୁ ଅଧିକ (31.3 ମିଲିୟନ ଡଲାର) ମିଳିଛି । ଯାହାକୁ ସେ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମୀଙ୍କ ପାଇଁ ଦାନ କରିବେ ।
ଦ୍ବିତୀୟ ବିଶ୍ୱଯୁଦ୍ଧ ଭେଟେରାନ୍, ଯିଏକି ତାଙ୍କ ଅଣ୍ଟା ଭାଙ୍ଗିବା ପରଠାରୁ ଚକଯୁକ୍ତ ଫ୍ରେମ୍ ବ୍ୟବହାର କରି ଏପ୍ରିଲ୍ 30 ରେ 100 ତମ ଜନ୍ମଦିନ ପୂର୍ବରୁ ନିଜ ବଗିଚାରେ 25 ମିଟର ବୁଲିବା କାମ ପାଇଁ ଆୱାନକୁ ଗ୍ରହଣ କରିଥିଲେ । ସେ ଗୁରୁବାର ଦିନ ତାଙ୍କର କାର୍ଯ୍ୟ ସମାପ୍ତ କରିଛନ୍ତି।