ଓଡିଶା

odisha

ETV Bharat / international

ବିକ୍ଷୋଭ ଓ ଘୃଣାଠାରୁ ଉର୍ଦ୍ଧ୍ବରେ ମାନବିକତା: ଗୋରା ଲୋକଙ୍କୁ ବୋହିନେଲେ କୃଷ୍ଣକାୟ

ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରିକି ଏହି ସମୟରେ ଏପରି ଫଟୋ ସମସ୍ତଙ୍କୁ ଇମୋସ୍ନାଲ କରିଦେଇଛି । ଘଟଣାଟି ଲଣ୍ଡନରେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବିକ୍ଷୋଭ ଓ ଘୃଣାଠାରୁ ଉର୍ଦ୍ଧ୍ବରେ ମାନବିକତା: ଗୋରା ଲୋକଙ୍କୁ ବୋହିନେଲେ କୃଷ୍ଣକାୟ
ବିକ୍ଷୋଭ ଓ ଘୃଣାଠାରୁ ଉର୍ଦ୍ଧ୍ବରେ ମାନବିକତା: ଗୋରା ଲୋକଙ୍କୁ ବୋହିନେଲେ କୃଷ୍ଣକାୟ

By

Published : Jun 16, 2020, 4:46 AM IST

ଲଣ୍ଡନ: ଆମେରିକାରେ ବର୍ତ୍ତମାନ କୃଷ୍ଣକାୟ ଲୋକଙ୍କ ସମର୍ଥନରେ ଚାଲିଛି ଆନ୍ଦୋଳନ । ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଏହା ତୀବ୍ର ରୂପ ନେଇଛି । ବିକ୍ଷୋଭକାରୀ ହିଂସାତ୍ମକ ରୂପ ନେଇଛନ୍ତି । ପୋଲିସ ଉପରକୁ ଆକ୍ରମଣ କରିବା ସହ ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ମଧ୍ୟ ଲାଠିଚାର୍ଜ କରିଛି । ଆନ୍ଦୋଳନ ଆମେରିକାରୁ ୟୁରୋପ ଯାଏଁ ବ୍ୟାପିଛି ।

ତେବେ ଏହା ଭିତରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏପରିକି ଏହି ସମୟରେ ଏପରି ଫଟୋ ସମସ୍ତଙ୍କୁ ଇମୋସ୍ନାଲ କରିଦେଇଛି । ଘଟଣାଟି ଲଣ୍ଡନରେ ବୋଲି ଜଣାପଡିଛି । ଏଠାରେ ଏକ ବିକ୍ଷୋଭ ବେଳେ ଏହି ଘଟଣା ଘଟିଛି ଯାହାକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରାରେ କଏଦ କରିଥିଲେ ।

ଏହା ଅନୁସାରେ ଜଣେ ଆହତ ହୋଇଥିବା ଗୋରା ଲୋକଙ୍କୁ ଟେକି ନେଉଛନ୍ତି ଜଣେ କୃଷ୍ଣକାୟ ଲୋକ । ସୂଚନା ଅନୁସାରେ ବିକ୍ଷୋଭ ଚାଲିଥିବାବେଳେ ଉକ୍ତ ଗୋରା ଲୋକ ଜଣଙ୍କୁ କିଛି ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ । ତାଙ୍କ ମୁହଁ ମାଡ ହୋଇଥିଲା ଓ ସେ ତଳେ ପଡିଯାଇଥିଲେ । ତାଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଥିଲା । ସେ ଅଗ୍ନିଶମ ବିଭାଗର କର୍ମଚାରୀ ବୋଲି କିଛି ଲୋକ କହିଥିବା ବେଳେ ପ୍ରକୃତରେ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ସେ ତଳେ ପଡିଯାଇଥିବା ବେଳେ ହଠାତ୍ ଜଣେ କୃଷ୍ଣକାୟ ଲୋକ ଭିଡ ଭିତରୁ ଦୌଡି ଆସି ତାଙ୍କୁ ଟେକି ନେଇଥିଲେ । ନିଜ କାନ୍ଧରେ ବୋହି ନେଇ ସେ ଭିଡ ଭିତରେ ଅଦୃଶ୍ୟ ହୋଇଯାଇଥିଲେ ।

ତେବେ ବିକ୍ଷୋଭକାରୀଙ୍କ କବଳରୁ ତାଙ୍କୁ ବଞ୍ଚାଇଥିବାରୁ ଏବେ ସୋସିଆଲ ମିଡିଆରେ କୃଷ୍ଣକାୟ ଲୋକଙ୍କର ପ୍ରବଳ ଚର୍ଚ୍ଚା ହେଉଛି । ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସ୍ଥିତିରେ ଜଣେ କୃଷ୍ଣକାୟ ଲୋକଙ୍କ ଏପରି ସାହାଯ୍ୟକୁ ସମସ୍ତେ ବେଶ୍‌ ପ୍ରଶଂସା କରୁଛନ୍ତି । ଏହା ସବୁପ୍ରକାର ଘୃଣା, ଆନ୍ଦୋଳନଠାରୁ ଉର୍ଦ୍ଧ୍ବରେ ବୋଲି ଅନେକ ସମାଜସେବୀ ସୋସିଆଲ ମିଡିଆରେ କହିଛନ୍ତି ।

ABOUT THE AUTHOR

...view details