ବ୍ରୁସେଲ୍ସ: ଧିରେ ଧିରେ ହଟିବାକୁ ଯାଉଛି ବେଲଜିୟମ ଉପରୁ ଲକଡାଉନ କଟକଣା । ଗତ ମାର୍ଚ୍ଚ 12ରୁ ସାରା ଦେଶରେ ଲାଗୁ ହୋଇଥିବା ଏହି ଲକଡାଉନ ଆସନ୍ତା ମେ 4ରେ ଖୋଲିବା ନେଇ ଶନିବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସୋଫି ୱିଲମ୍ସ । ତେବେ ଦେଶରୁ ପର୍ଯ୍ୟାୟକ୍ରମେ ଲକଡାଉନ କଟକଣା ହଟିବେ ନେଇ ସେ ସ୍ପଷ୍ଟ କରିଛନ୍ତି । ଏନେଇ ସେ ଦୀର୍ଘ ସମୟର ଆଲୋଚନା ପରେ ଏକ ପ୍ଲାନ ସିଟ୍କୁ ମଧ୍ୟ ଗଣମାଧ୍ୟମକୁ ଦର୍ଶାଇଛନ୍ତି ।
ବେଲଜିୟମରୁ ହଟିବ ଲକଡାଉନ, ଜାରି ହେଲା ପ୍ଲାନ ସିଟ୍ - ବେଲଜିୟମରେ ଲକଡାଉନ ନିୟମ କୋହଳ
ଧିରେ ଧିରେ ହଟିବାକୁ ଯାଉଛି ବେଲଜିୟମ ଉପରୁ ଲକଡାଉନ କଟକଣା । ଗତ ମାର୍ଚ୍ଚ 12ରୁ ସାରା ଦେଶରେ ଲାଗୁ ହୋଇଥିବା ଏହି ଲକଡାଉନ ଆସନ୍ତା ମେ 4ରେ ଖୋଲିବା ନେଇ ଶନିବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସୋଫି ୱିଲମ୍ସ ।
ଘୋଷଣା ମୁତାବକ ଆସନ୍ତା ମେ 4ରେ ସର୍ବପ୍ରଥମେ ଦେଶର ବୟନ ଶିଳ୍ପ ବ୍ୟବସାୟ ସବୁ ଖୋଲିବ । ବର୍ତ୍ତମାନ ସମୟରେ ମାସ୍କର ବ୍ୟବହାର ବାଧ୍ୟତାମୂଳକ ହୋଇଥିବାରୁ ଆଗାମୀ ଦିନମାନଙ୍କ ପାଇଁ ପର୍ଯ୍ୟାପ୍ତ ମାସ୍କର ଆବଶ୍ୟକତାକୁ ପୂରଣ କରିବ ଏହି ଶିଳ୍ପ । ଏହାପରେ ଆଗାମୀ ସପ୍ତାହେ ପରେ ଅନ୍ୟ ସମସ୍ତ ବ୍ୟବସାୟ ଧିରେ ଧିରେ ଖୋଲିବାର ନିଷ୍ପତ୍ତି ହୋଇଛି । ସେହିପରି ଦେଶର ସ୍କୁଲ ଗୁଡିକ ମେ 18ରୁ ଖୋଲିବା ନେଇ ଘୋଷଣା ହୋଇଛି । ହେଲେ ଗୋଟିଏ ଶ୍ରେଣା କକ୍ଷରେ 10ରୁ ଅଧିକ ଛାତ୍ରଛାତ୍ରୀ ନ ରହିବା ନେଇ ଜାରି ହୋଇଛି ନିର୍ଦ୍ଦେଶ ।
ଅନ୍ୟପଟେ କ୍ୟାଫେ ଓ ରେସ୍ତୋରାଁ ଆଦି ଦୁନ 8 ପୂର୍ବରୁ ଖୋଲିବ ନାହିଁ ବୋଲି କୁହାଯାଇଛି । ହେଲେ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ମଧ୍ୟ ସୋଫି କହିଛନ୍ତି । ସେ ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ବିବରଣୀ ଦେଇ କହିଛନ୍ତି କି ଜନ ହପକିନ୍ସ ୟୁନିଭର୍ସିଟିର ଟାଲି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବେଲଜିୟମରେ 44,293 ଲୋକେ ଆକ୍ରାନ୍ତ ରହିଛନ୍ତି । ଏଥିସହ 6,679 ଜଣ ସୁସ୍ଥ ହୋଇଛନ୍ତି ।