ଓଡିଶା

odisha

ନିୟମ ନମାନିଲେ ପୁଣି ବନ୍ଦ ହେବ ସମସ୍ତ ବିଚ୍‌: ଇଂଲଣ୍ଡ

By

Published : Jun 26, 2020, 7:45 PM IST

ଦେଶରେ ଲକଡାଉନ କଟକଣା କୋହଳ ହେବାରେ ଲାଗିଥିବା ବେଳେ ଇଂଲଣ୍ଡବାସୀଙ୍କ ଖାମଖିଆଲି ନୀତି ବି ଦେଖିବାକୁ ମିଳୁଛି । ଦେଶରେ କଟକଣା କୋହଳ ହେବା ସତ୍ତ୍ବେ ମାସ୍କ ବ୍ୟବାହର ଓ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ ରଖାଯାଇଛି । ତଥାପି ଅନେକ ସ୍ଥାନରେ ନାଗରିକ ଏହି ଦୁଇଟି ମୁଖ୍ୟ ନିୟମର ଉଲଙ୍ଘନ କରୁଥିବା ଦେଖାଯାଉଛି ।

violation of social distancing in uk, corona effect in uk, corona update in uk, uk health minister matt hankock, ୟୁକେରେ ସାମାଜିକ ଦୂରତା ନିୟମ ଉଲଙ୍ଘନ, ୟୁକେରେ କୋରୋନା ପ୍ରଭାବ, ୟୁକେରେ କୋରୋନା ଅପଡେଟ, ୟୁକେ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହ୍ୟାନକକ୍‌
ନିୟମ ନମାନିଲେ ପୁଣି ବନ୍ଦ ହେବ ସମସ୍ତ ବିଚ୍‌: ସ୍ବାସ୍ଥ୍ୟମନ୍ତ୍ରୀ

ଲଣ୍ଡନ: ଦେଶରେ ଲକଡାଉନ କଟକଣା କୋହଳ ହେବାରେ ଲାଗିଥିବା ବେଳେ ଇଂଲଣ୍ଡବାସୀଙ୍କ ଖାମଖିଆଲି ନୀତି ବି ଦେଖିବାକୁ ମିଳୁଛି । ଦେଶରେ କଟକଣା କୋହଳ ହେବା ସତ୍ତ୍ବେ ମାସ୍କ ବ୍ୟବାହର ଓ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ ରଖାଯାଇଛି । ତଥାପି ଅନେକ ସ୍ଥାନରେ ନାଗରିକ ଏହି ଦୁଇଟି ମୁଖ୍ୟ ନିୟମର ଉଲଙ୍ଘନ କରୁଥିବା ଦେଖାଯାଉଛି । ଯଦି ଏପରି ସ୍ଥିତି ଲାଗି ରୁହେ ତେବେ ଆଗାମୀ ଦିନରେ ସମସ୍ତ ବିଚ୍‌ ବନ୍ଦ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେବା ନେଇ ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ ହ୍ୟାନକକ୍‌ ।

ସୂଚନା ଅନୁଯାୟୀ ବାରମ୍ବାର ସତର୍କ ସୂଚନା ସତ୍ତ୍ବେ ଗୁରୁବାର ବୋର୍ଣ୍ଣମାଉଥରେ ହଜାର ହଜାର ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଏହା ବର୍ଷର ସବୁଠାରୁ ଗରମ ଦିନ ହୋଇଥିବାରୁ ଏହି ଦିନ ଲୋକେ ଘରୁ ବାହାରି ସୂର୍ଯ୍ୟତାପ ଗ୍ରହଣ କରିଥାଆନ୍ତି । ଚଳିତବର୍ଷ ମଧ୍ୟ ଲୋକେ ଘରୁ ବାହାରି ରାସ୍ତାରେ ଭିଡ କରିଥିବା ଦେଖାଯାଇଥିଲା । ଏଥିରେ ସାମାଜିକ ଦୂରତ୍ବକୁ ଲୋକେ ଖୋଲାଖୋଲି ଅବମାନନା କରିଥିବା ଦେଖାଯାଇଥିଲା । ଏନେଇ ପୂର୍ବ ବୋର୍ଣ୍ଣମାଉଥ ସାଂସଦ ତୋବିଆସ ଏଲୱୁଡ କହିଥିଲେ କି ଗୁରୁବାର ଅପରାହ୍ନରେ ପ୍ରାୟ 5 ଲକ୍ଷ ଲୋକଙ୍କ ଭିଡ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ।

ଏନେଇ ଖବର ପାଇବା ପରେ ଏକ ରେଡିଓ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ହ୍ୟାନକକ୍‌ କହିଥିଲେ କି ଲୋକଙ୍କୁ ପରମ୍ପରା ପାଳନ କରିବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଏତେ ଦିନର ପରିଶ୍ରମକୁ ବ୍ୟର୍ଥ କରି ଲୋକେ ବିନା ସାମାଜିକ ଦୂରତ୍ବ ପାଳନ କରିଥିବା ଦେଖାଯାଇଛି । ତେଣୁ ଆବଶ୍ୟକ ପଡିଲେ ସମସ୍ତ ବିଚ୍‌ ପୁଣି ବନ୍ଦ କରିବାର ଶକ୍ତି ସରକାର ରଖନ୍ତି ବୋଲି ହ୍ୟାନକକ୍‌ ଲୋକଙ୍କୁ ପୁଣି ମନେ ପକାଇଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଦେଶରେ 3,09,455 ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 43,314ରେ ପହଞ୍ଚିଛି ।

@IANS

ABOUT THE AUTHOR

...view details