ଓଡିଶା

odisha

ETV Bharat / international

ଋଷରେ ଗତ 24 ଘଣ୍ଟାରେ 10ରୁ ଉର୍ଦ୍ଧ୍ବ ସଂକ୍ରମିତ, ମୋଟ 19 ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା - russia news

ଋଷରେ ତାଣ୍ଡବ ରଚୁଛି କୋରୋନା ସଂକ୍ରମଣ । ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ହେଲେ ଆୟତ୍ତରେ ଅଛି ମୃତ୍ୟୁର ହାର । ଅଧିକ ପଢନ୍ତୁ...

ଋଷରେ ଗତ 24 ଘଣ୍ଟାରେ 10ରୁ ଉର୍ଦ୍ଧ୍ବ ସଂକ୍ରମିତ
ଋଷରେ ଗତ 24 ଘଣ୍ଟାରେ 10ରୁ ଉର୍ଦ୍ଧ୍ବ ସଂକ୍ରମିତ

By

Published : May 10, 2020, 10:08 AM IST

ମସ୍କୋ: ବିଶ୍ବରେ ଲାଗି ରହିଛି କୋରୋନା ସଙ୍କଟ । ଚୀନର ଉହାନ ସହରରୁ ବାହାରିଥିବା ଏହି ଭାଇରସ ଏବେ ସମଗ୍ର ଦୁନିଆରେ ତାର କରାଳ ରୂପ ଦେଖାଉଛି । ଏଥିରେ ପୂର୍ବରୁ ଇଟାଲୀ ସବୁଠୁ ଅଧିକ କ୍ଷତି ହୋଇଥିବାବେଳେ, ଏବେ ଆମେରିକା ଓ ଋଷରେ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଦେଶବାସୀ ।

ଗତ 24 ଘଣ୍ଟା ମଧ୍ୟରେ ଋଷରେ 10 ହଜାର 817ଟି ନୂଆ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 198,676କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ। ଏକ ଗଣମାଧ୍ୟମର ସୂଚନା ମୁତାବକ, ଦେଶରେ ବର୍ତ୍ତମାନ କୋରୋନାରେ ମୃତ୍ୟୁ ସଂଖ୍ୟା 1,827ରେ ପହଞ୍ଚିଥିବାବେଳେ 31,916 ଜଣ ଲୋକ ଏଥିରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ପରିସଂଖ୍ୟାନ ଅନୁଯାୟୀ, କୋରୋନା ଭାଇରସ କ୍ଷେତ୍ରରେ ଦୈନିକ ଅଭିବୃଦ୍ଧି ହାର 5.8 ପ୍ରତିଶତ ରହିଛି । ଯାହା ମହାମାରୀ ଆରମ୍ଭରୁ ସବୁଠୁ ସର୍ବନିମ୍ନ ହାର।

ABOUT THE AUTHOR

...view details