ଓଡିଶା

odisha

ETV Bharat / international

ସିରିଆରେ ଋଷ ବିମାନର ଆକ୍ରମଣ, 5 ଶିଶୁଙ୍କ ସମେତ 10 ମୃତ

ଆଦଲିବ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସିରିଆରେ ଆକ୍ରମଣ କରିଛି ଋଷ ବିମାନ । ଏହି ଆକ୍ରମଣରେ ପାଞ୍ଚଜଣ ଶିଶୁଙ୍କ ସମେତ 10 ଜଣ ପ୍ରାଣ ହରାଇଛନ୍ତି ।

By

Published : May 21, 2019, 8:28 AM IST

ଫଟୋ ସୌଜନ୍ଯ: ଏଏନ୍ଆଇ

ଡାମାସକକ୍ସ: ସହଯୋଗୀ ଦେଶ ଋଷର ବିମାନ ଆକ୍ରମଣରେ ସିରିଆର 5 ଜଣ ଶିଶୁଙ୍କ ସମେତ 10 ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତର-ପଶ୍ଚିମ ଅଞ୍ଚଳରେ ଘଟିଛି ଆକାଶ ମାର୍ଗରୁ ଆକ୍ରମଣ । ଏହି ଘଟଣା ପରେ ମାର୍ସ୍କୋ ଦ୍ବାରା ଚାଲିଥିବା ସଙ୍ଘର୍ଷ ବନ୍ଦ ରହିବ ବୋଲି ଜଣେ ସଦସ୍ୟ କହିଛନ୍ତି ।

ଋଷ ସେନା ନିଜର ସ୍ପଷ୍ଟୀକରଣ ରଖି କହିଛି ରବିବାର ଇଦଲିବ ଅଞ୍ଚଳରେ କାଫରାଇନବାଲ ସହରରେ ବିମାନ ଦ୍ବାରା ଆକ୍ରମଣ କରାଯାଇଥିଲା । ପରେ ଏହି ଅଞ୍ଚଳରେ ହାନିମିମ ରକେଟ୍ ଲଞ୍ଚପ୍ୟାଡରେ ନିଆଁ ଲଗାଇ ଦେଇଥିଲା । ଯାହା ଆକ୍ରମଣକୁ ଇଙ୍ଗିତ କରୁଥିଲା ।

ହାୟତ ତହରୀର ଅଲସାମ ସଶସ୍ତ୍ର ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇଥିଲା ଋଷ । ଏହି ଆତଙ୍କବାଦୀ ଗୋଷ୍ଠୀ ବଡ ଧରଣର ଆକ୍ରମଣ କରୁଥିବା ଯୋଜନା ବିଷୟରେ ଜାଣି ଋଷ ସେନା ଇଦଲିବ ଅଞ୍ଚଳରେ କରିଥିଲା ଆକାଶ ମାର୍ଗରୁ ଆକ୍ରମଣ । ଯେଉଁଥିରେ 5 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ସମୁଦାୟ 10 ଜଣଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details