ନୂଆଦିଲ୍ଲୀ: କେବେ ଆପଣ ସମୁଦ୍ର ଭିତରେ ସେନାର ଟ୍ୟାଙ୍କ, ହେଲିକପ୍ଟର କିମ୍ବା ଜାହାଜ ଦେଖିଛନ୍ତି କି ? ଯଦି ଦେଖିନାହାଁନ୍ତି ତେବେ ଆପଣ ଏହା ବହୁତ ଶୀଘ୍ର ଦେଖିବାକୁ ପାଇବେ । କାରଣ ଜୋର୍ଡାନରେ ପାଣି ଭିତରେ ଅଣ୍ଡର ୱାଟର ମିଲିଟାରୀ ମ୍ୟୁଜିୟମ କରାଯାଇଛି । ଯେଉଁଠି ସେନାର ଯୁଦ୍ଧ ଟ୍ୟାଙ୍କ ଠାରୁ ଆରମ୍ଭ କରି, ଆମ୍ବୁଲାନ୍ସ, ହେଲିକପ୍ଟର, ଯୁଦ୍ଧ ବିମାନ, କ୍ରେନ ଏବଂ ଆଣ୍ଟି ଏୟାରକ୍ରାପ୍ଟ ସମେତ 19 ପ୍ରକାର ସେନାର ଉପକରଣ ରହିଛି ।
ଏହି ଅଦ୍ଭୁତ ମ୍ୟୁଜିୟମ ଅକାବା ତଟରେ ଥିବା ଲାଲ ସମୁଦ୍ରର 92 ଫୁଟ ଗଭୀରରେ ମଧ୍ୟରେ ରହିଛି । ଏହାକୁ ତିଆରି କରିବା ପାଇଁ ସାତ ଦିନ ସମୟ ଲାଗିଥିଲା । ଅକାବାର ସ୍ପେଶାଲ ଅର୍ଥନିତିଜ୍ଞ ଜନ୍ ଅଧିକାରୀଙ୍କ କହିବା ଅନୁଯାୟୀ ଟ୍ୟାଙ୍କ ଏବଂ ଜାହାଜଗୁଡିକୁ ସମୁଦ୍ର ମଧ୍ୟକୁ ନେବା ପୂର୍ବରୁ ସମସ୍ତ ବିପଦପୂର୍ଣ୍ଣ ସାମଗ୍ରୀକୁ ହଟାଯାଇଥିଲା ।