ବେଜିଂ: ଗୋଟିଏ ନୁହେଁ କି ଦୁଇଟା ନୁହେଁ ଏକାବେଳେ ଆକାଶରେ ଦୃଶ୍ୟମାନ ହେଉଛି 5ଟି ସୂର୍ଯ୍ୟ । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନର ମଙ୍ଗୋଲିଆରେ ଦେଖିବାକୁ ମିଳିଛି ଏହି ବିରଳ ଦୃଶ୍ୟ । ଏଭଳି ଦୃଶ୍ୟ ଲୋକଙ୍କ ପାଇଁ କେଉଁ ଚମତ୍କାର ଠାରୁ କମ ନଥିଲା । ତେଣୁ ସମସ୍ତେ ନିଜ ଫୋନରେ ଏହି ଦୃଶ୍ୟ କଏଦ କରିରଖିଥିଲେ ।
ଚୀନ ଆକାଶରେ 5 ସୂର୍ଯ୍ୟ , ଜାଣନ୍ତୁ କିପରି
ଚୀନ ଆକାଶରେ 5 ସୂର୍ଯ୍ୟ । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...
ଚୀନ ଆକାଶରେ 5 ସୂର୍ଯ୍ୟ
ତେବେ ପୂର୍ବରୁ ଚୀନର ଫୁୟୁ ସହରରେ ଡିସେମ୍ବର 31 ତାରିଖ 2019ରେ ଏକାସହ ତିନୋଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ଏକ କୃତିମ ସୃଷ୍ଟି । ଏଭଳି ସୃ୍ଷ୍ଟି ପାଇଁ ମାଇନସ 20 ଡିଗ୍ରୀର ଆବଶ୍ୟକତା ରହିଛି ।
ଏହାକୁ ସନଡଗ ଫିନୋମେନା କୁହାଯାଏ। ଏହା ଆକାଶରେ ସୃଷ୍ଟି କରାଯିବା ସମୟରେ ବରଫ ବର୍ଷା ହୋଇଥାଏ । ଫଳରେ ସୂର୍ଯ୍ୟ 3ରୁ 5ଟି ଦୃଶ୍ୟମାନ ହୋଇଥାଏ । ଫଳରେ ଏହି ବୈଜ୍ଞାନିକ ସୃଷ୍ଟିକୁ ଲୋକେ ଚମତ୍କାର ମାନିଥାନ୍ତି ।