ଓଡିଶା

odisha

ETV Bharat / international

ରୋମାଞ୍ଚକର ଉପନ୍ୟାସରେ ଲେଖାଥିଲା ଭୟାନକ ‘କୋରୋନାଭାଇରସ’ ଉତ୍ପତ୍ତି କାହାଣୀ ! - କୋରୋନାଭାଇରସ ଉପନ୍ୟାସ

କୋରୋନା ଭାଇରସର ଉତ୍ପନ୍ନକୁ ନେଇ ଅନେକ କଥା ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହା ଭିତରେ ଏକ ବିସ୍ମୟକର ଖବର ସାମ୍ନାକୁ ଆସିଛି । 40 ବର୍ଷ ପୂର୍ବେ ଜଣ ଗାଳ୍ପିକ ନିଜ ପୁସ୍ତକରେ ବୁହାନ ଭାଇରସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 17, 2020, 8:22 PM IST

ନୂଆଦିଲ୍ଲୀ: ଚୀନରେ ମୃତ୍ୟୁର ଦୂତ ସାଜି ବିନା ଅସ୍ତ୍ରରେ ନରସଂହାର କରି ଚାଲିଛି ଅତିଭୟାନକ ଜୀବନନାଶକ ଭାଇରସ କୋରୋନା । କେବଳ ଚୀନ ନୁହେଁ ବିଶ୍ବବାସୀ କୋରୋନାର କୋକୁଆ ଭୟରେ ଭୟଭୀତ ଆତଙ୍କିତ । ଦିନକୁ ଦିନ ହୁ ହୁ ହୋଇ ଭାଇରସର କବଳରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗୁଛି । ଏହି ଅତି ମାରାତ୍ମକ ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ଉହାନ ସହର । କୋରୋନାଭାଇରସର ଉତ୍ପନ୍ନକୁ ନେଇ ଅନେକ କଥା ସୋସିଆଲ ମିଡିଆ ପ୍ଲାଟଫର୍ମ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହା ଭିତରେ ଏକ ବିସ୍ମାୟ କର ଖବର ସାମ୍ନାକୁ ଆସିଛି । ଯାହା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ରୋଚକ । 40 ବର୍ଷ ପୂର୍ବେ ଜଣ ଗାଳ୍ପିକ ନିଜ ପୁସ୍ତକରେ ବୁହାନ ଭାଇରସ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଫଟୋ ସୌଜନ୍ୟ ସୋସିଆଲ ମିଡିଆ

ସୂଚନା ଅନୁସାରେ 1981ରେ ଡିନ କୋଣ୍ଟେଜଙ୍କ ଦ୍ବାରା ଲିଖିତ ରୋମାଞ୍ଚକର ଉପନ୍ୟାସ ‘ଦ ଆଇଜ୍‌ ଅଫ୍‌ ଡାର୍କନେସ’ର ଏକ ପୃଷ୍ଠା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଉପନ୍ୟାସରେ ଉହାନ-400 ନାମକ ଏକ ଭାଇରସ ବିଷୟରେ ଉଲ୍ଲେଖ କରାଯାଇଛି । ଉପନ୍ୟାସରେ ଏହି ଭାଇରସକୁ ଏକ ଲ୍ୟାବରେ ଅସ୍ତ୍ର ରୂପେ ପ୍ରସ୍ତୁତ କରାଯାଉଥିବା ଲେଖା ରହିଛି । ଏହି ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ଚିନ୍ତାଶୀଳ ମହଲରେ କୌତୁହଳ ସହ ଆଶ୍ଚର୍ଯ୍ୟ ଭାବ ଦେଖାଯାଉଛି ।

ଫଟୋ ସୌଜନ୍ୟ: ଟ୍ବିଟର@ManishTewari

ଏହି ଉପନ୍ୟାସକୁ ନେଇ କଂଗ୍ରେସ ନେତା ମନୀଷ ତିୱାରୀ ପୁସ୍ତକର ଅଂଶକୁ ସେୟାର କରି ନିଜ ଟ୍ବିଟର ପେଜରେ ଲେଖିଛନ୍ତି ଯେ, ସତରେ କଣ କୋରୋନା ଭାଇରସ ଏକ ‘ଜୈବିକ ଅସ୍ତ୍ର’ ଯାହା ଚୀନର ଉହାନ-400 ନାମର ବିକଶିତ କରାଯାଇଛି । ଏହି ପୁସ୍ତକ 1981ରେ ପ୍ରକାଶିତ ହୋଇଥିଲା । ପ୍ରକାଶିତ ପୃଷ୍ଠାକୁ ପଢନ୍ତୁ ବୋଲି ଲେଖିଛନ୍ତି ମନୀଷ ।

ଏଠାରେ ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା କୋରୋନାଭାଇରସ୍‌ରେ ଆକ୍ରାନ୍ତ ହୋଇ କେବଳ ମାତ୍ର ଚୀନ୍‌ରେ 1777ରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ସଂକ୍ରମଣ ରିପୋର୍ଟ 70 ହଜାର ଟପିଲାଣି । ଚୀନ ବ୍ୟତିତ ବିଶ୍ବର ଅନ୍ୟ ୨୫ଟି ରାଷ୍ଟ୍ରକୁ ମାଡିଛି କୋରୋନାର ।

ABOUT THE AUTHOR

...view details